ପେରୁ କ୍ବାର୍ଟରରେ ; ବ୍ରାଜିଲ-ଇ​କ୍ଵେ‌‌ଡର ମ୍ୟାଚ୍‌ ଡ୍ର

ବ୍ରାସିଲିଆ/ଗୋଇଆନିଆ : ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ‘ବି’ର ଲିଗ୍ ପର୍ଯ୍ୟାୟ ସମାପ୍ତ ହୋଇଛି। ସୋମବାର ଭୋର୍‌ରେ ଗ୍ରୁପ୍ ‘ବି’ର ଅନ୍ତିମ ୨ଟି ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ଭେନେଜୁଏଲାକୁ ୧-୦ ଗୋଲ୍‌ରେ ପରାସ୍ତକରି ପେରୁ କ୍ବାର୍ଟରଫାଇନାଲ ଖେଳିବା ନିଶ୍ଚିତ କରିଛି। ବ୍ରାଜିଲ ଓ ଇ‌େକ୍ବଡର ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ ୧-୧ ଗୋଲ୍‌ରେ ଡ୍ର ରହିଛି। ଫଳରେ ଗ୍ରୁପ୍‌ ‘ବି’ର ପ୍ରଥମ ୪ଟି ସ୍ଥାନରେ ଥିବା ବ୍ରାଜିଲ (୧୦), ପେରୁ (୭), କଲମ୍ବିଆ (୪) ଓ ଇ‌େକ୍ବଡର (୩) କ୍ବାର୍ଟରଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭେନେଜୁଏଲା ବିଦାୟ ନେଇଛି।
ଭେନେଜୁଏଲା ବିପକ୍ଷରେ ପେରୁ ୧-୦ ଗୋଲ୍‌ରେ ବିଜୟୀ ହୋଇଥିବା ବେଳେ ପେରୁ ପାଇଁ ଏହି ମହତ୍ତ୍ବପୂର୍ଣ୍ଣ ଗୋଲ୍‌ ଆ​‌େ​‌ନ୍ଦ୍ର କାରିଲୋ ସ୍କୋର୍ କରିଥିଲେ। ଗ୍ରୁପ୍‌ରେ ଏହା ପେରୁର ୨ୟ ବିଜୟ। ଗ୍ରୁପ୍‌ ‘ଏ’ରୁ ବଲିଭିଆ ସହ ଗ୍ରୁପ୍ ‘ବି’ରୁ ଭେନେଜୁଏଲା ବିଦାୟ ନେଇଛି। ୧୯ ମିନିଟରେ ପେରୁର ୟୋଶିମାନ ୟୋତୁନ୍ ଗୋଲ୍‌କୁ ଆକ୍ରମଣ କରିଥିଲେ ହେଁ ବଲ୍‌ ଗୋଲ୍‌ପୋଷ୍ଟରେ ବାଜିଥିଲା। ପରେ ପେରୁର ପେଡ୍ରୋ ଗାଲେସ ୨ଟି ନିଶ୍ଚିତ ଗୋଲ୍‌ ବଞ୍ଚାଇଥିବା ବେଳେ ଭେନେଜୁଏଲାର ସର୍ଜିଓ କର୍ଡୋଭା ଏକ ସୁଯୋଗ ଛାଡ଼ିଥିଲେ। ପ୍ରଥମାର୍ଦ୍ଧର ସ୍କୋର୍ ୦-୦ ଥିଲା। ୪୮ ମିନିଟରେ ପେରୁର ଆ​‌େ​‌ନ୍ଦ୍ର କାରିଲୋ ‘ଡି’ ଏରିଆ ମଧ୍ୟରୁ ଏକ ଶକ୍ତିଶାଳୀ ସଟ୍‌ ମାରି ଗୋଲ୍‌ ସ୍କୋର୍ କରିଥିଲେ। କ୍ବାର୍ଟରଫାଇନାଲ ଯିବା ପାଇଁ ଭେନେଜୁଏଲାକୁ ମ୍ୟାଚ୍‌ ଅତିକମ୍‌ରେ ଡ୍ର ରଖିବାର ଆବଶ୍ୟକ ଥିବା ବେଳେ ଏହା ଆକ୍ରମଣାତ୍ମକ ଫୁଟ୍‌ବଲ ଖେଳିଥିଲା। ଭେନେଜୁଏଲାର ସର୍ଜିଓ କର୍ଡୋଭା ପେରୁ ଗୋଲ୍‌ ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ତାଙ୍କର ଏକ ସଟ୍‌ରେ ପେରୁ ଗୋଲ୍‌ରକ୍ଷକ ପରାସ୍ତ ହୋଇଥିଲେ ହେଁ ବଲ୍‌ ସାମାନ୍ୟ ବାହାରେ ଚାଲି ଯାଇଥିଲା। ଏହାପରେ ପେରୁର ରକ୍ଷାପନ୍ଥୀ ଭେନେଜୁଏଲାର ସମସ୍ତ ଆକ୍ରମଣକୁ ପ୍ରତିହତ କରି ଦେଇଥିଲେ। ପେରୁର ଆ​‌େ​‌ନ୍ଦ୍ର କାରିଲୋ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ଏବଂ କୋପା ଆମେରିକାର ଇତିହାସରେ ୩ୟ ଗୋଲ୍‌ ଦେଇଥିଲେ।
ବ୍ରାଜିଲ ଓ ଇ‌େକ୍ବଡର ମଧ୍ୟରେ ମ୍ୟାଚ୍‌ ବେଶ୍ ଆକର୍ଷଣୀୟ ହୋଇଥିଲା। ଆୟୋଜକ ବ୍ରାଜିଲ ପ୍ରଥମ ୩ଟିଯାକ ମ୍ୟାଚ୍ ଜିତି ଗ୍ରୁପ୍‌ର ପ୍ରଥମ ସ୍ଥାନରେ ଥି​‌େ​‌ଲ ହେଁ ଇ‌େକ୍ବଡର ଏହା ସହ ତାଳଦେଇ ଖେଳିଥିଲା। ଗୋଟିଏ ଗୋଲ୍‌ରେ ପଛୁଆ ରହିବା ପରେ ମଧ୍ୟ ଇ‌େକ୍ବଡର ଲଢ଼ୁଆ ପ୍ରଦର୍ଶନ କରିଥିଲା ଏବଂ ଗୋଲ୍‌ ସୁଝାଇ ମ୍ୟାଚ୍‌ ଡ୍ର ରଖି ମହତ୍ତ୍ବପୂର୍ଣ୍ଣ ୧ ପଏଣ୍ଟ ହାସଲ କରିଥିଲା। ବ୍ରାଜିଲ ପାଇଁ ଏଲ୍‌ଡର ମିଲିଟାଓ ଗୋଲ୍ ଦେଇଥିବା ବେଳେ ଇ‌େକ୍ବଡରର ଆଞ୍ଜେଲ୍‌ ମିନା ଗୋଲ୍‌ ସୁଝାଇ ଦେଇଥିଲେ। ଫଳରେ ୩ଟି ଡ୍ର ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇ ଇ‌େକ୍ବଡର ୪ର୍ଥ ସ୍ଥାନରେ ରହି କ୍ବାର୍ଟରରେ ପହଞ୍ଚିଛି। ମ୍ୟାଚ୍‌ ଆରମ୍ଭରୁ ବ୍ରାଜିଲର ଗାବ୍ରିଏଲ୍‌ ବାର୍ବୋସା ଗୋଲ୍‌ଦେବାର ସୁଯୋଗ ପାଇଥିଲେ ହେଁ ଇ‌େକ୍ବଡର ଗୋଲ୍‌ରକ୍ଷକ ହର୍ନାନ୍ ଗାଲିଣ୍ଡେଜ୍‌ ଏହାକୁ ରୋକି ଦେଇଥିଲେ। ୩୬ ମିନିଟରେ ବ୍ରାଜିଲ୍‌ର ଏଭର୍ଟନ ଗାଲିଣ୍ଡେଜ୍ ଫ୍ରିକିକ୍ ମାରିଥିବା ବେଳେ ସାଥୀ ଖେଳାଳି ଏଲ୍‌ଡର ମିଲିଟାଓ କୁଦାମାରି ହେଡ୍‌କରି ଗୋଲ୍‌ ଦେଇଥିଲେ। ପ୍ରଥମାର୍ଦ୍ଧରେ ବ୍ରାଜିଲ ୧-୦ରେ ଆଗୁଆ ରହିଥିଲା। ୫୩ ମିନିଟରେ ଏକ କର୍ଣ୍ଣର କିକ୍‌ରୁ ବଲ୍‌ ପାଇଁ ଇ‌େକ୍ବଡରର ବଦଳ ଖେଳାଳି ଆଞ୍ଜେଲ୍‌ ମିନା ହେଡ୍‌କରି ଗୋଲ୍‌ ଦେଇଥିଲେ। ପରେ ବ୍ରାଜିଲର ଭିନିସିଅସ୍ ଜୁନିଅର ଗୋଲ୍‌ଦେବାର ଏକ ସୁଯୋଗ ପାଇଥିଲେ ହେଁ ଅଳ୍ପକେ ବଞ୍ଚିତ ହୋଇଥିଲେ।

Comments are closed.