ମାଓ ଦମନକୁ ନେଇ ସମୀକ୍ଷା ବୈଠକ

କୋରାପୁଟ: ମାଓବାଦୀଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ଜିଲ୍ଲାର ପୁଲିସ ମୁଖ୍ୟାଳୟରେ ଡିଆଜିଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ପଞ୍ଚିମାଞ୍ଚଳ ରେଞ୍ଜର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଛି । ମାଓ ଦମନ ଓ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ କୋରାପୁଟ ଡିଆଇଜି ରେଞ୍ଜ ଅନ୍ତର୍ଗତ ୬ ଜଣ ଏସପି, ମାଲକାନାଗିରିର ବିଏସଏଫ କମାଣ୍ଡାଣ୍ଟ, ଏସଓଜି କମାଣ୍ଡାଣ୍ଟ, ରାୟଗଡାର ଡିଆଇଜି ସିଆରପିଏଫ ଓ ଓଡ଼ିଶା ପୁଲିସ ଉପସ୍ଥିତ ଥିଲେ।

Comments are closed.