ରାଜ୍ୟରେ ବଢୁଛି ସମବାୟ ଦୁର୍ନୀତି : ଚାଲିଛି ବେଆଇନ୍ କାରବାର

ତୁରନ୍ତ ହସ୍ତକ୍ଷେପ ପାଇଁ ମନ୍ତ୍ରୀଙ୍କୁ ଗୁହାରୀ କଲେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି

ଭୁବନେଶ୍ବର : ରାଜ୍ୟରେ ସମବାୟ ଦୁର୍ନୀତି ଦିନକୁ ଦିନ କାରୋନ ଭଳି କାୟା ବିସ୍ତାର କରିଚାଲିଛି। ଗତ ବିଧାନସଭା ଅଧିବେଶନ କାଳ ରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜ୍ୟରେ ପାଖାପାଖି ୫ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହା ପରେ ଜଗତସିଂହପୁର ଜିଲାପାଳ ଅନୁରୂପ ଭାବେ ପ୍ରାୟ ୩ କୋଟି ଟଙ୍କାର ଦୁର୍ନିତୀ ହୋଇଥିବା ନେଇ ସରକାରଙ୍କଠାରେ କ୍ରାଇମବରାଞ୍ଚ୍ ତଦନ୍ତ ଦାବୀ କରିଥିଲେ। ପୁର୍ବରୁ କେନ୍ଦ୍ରାପଡ଼ା, ବାଲେଶ୍ବର, କଳାହାଣ୍ଡି, କୋରାପୁଟ ପ୍ରଭୃତି ଜିଲାରେ ଦୁର୍ନୀତିକୁ ନେଇ ବିଭଗର ଚିନ୍ତା ବଧି ଚାଲିଥିବାବେଳେ ଚଳିତ ମାସ ୨୧ ତାରିଖରେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଏକ ସଂଗିନ ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଯେଉ ସହାୟତା ଦେଇ ସେମାନଙ୍କ ମେରୁଦଣ୍ଡ ସଳଖିବାକୁ ପ୍ରଚେଷ୍ଟା କରାଯାଉଛି ତାହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରି ହେଉନାହିଁ। ଏହି ମର୍ମରେ ଆଜି ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏ ସଂକ୍ରାନ୍ତରେ ଶ୍ରୀ ମହାନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପତ୍ର ଲେଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଶ୍ରୀ ମହାନ୍ତି ସଭାପତି ଦାୟିତ୍ୱରେ ରହି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୀରବ ରହିବା ଏବଂ ଏବେ ଦୁର୍ନୀତି ପେଡି ଖୋଲିବା ପାଇଁ ପ୍ରୟାସ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସୂଚନାଯୋଗ୍ୟ ଯେ ଚଳିତ ମାସ ୨୧ ତାରିଖ ରେ ପ୍ରକାଶିତ ଚିଠି ପତ୍ରରେ ରାଜ୍ୟରେ ସମବାୟ ଋଣ ପ୍ରଦାନ କ୍ଷେତ୍ରରେ ନେତୃତ୍ୱ ନେଉଥିବା ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ମହାନ୍ତି ତାଙ୍କ ପାଞ୍ଚବର୍ଷିଆ ନିର୍ବାଚିତ ମିଆଦ କାର୍ଯ୍ୟକାଳ ପୂରିବାର ଠିକ୍ ସପ୍ତାହ ପୂର୍ବରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ କୃଷି ଋଣ ଆବଣ୍ଟନ କରିବାରେ ପ୍ରାଥମିକ ସମବାୟ ସମିତିମାନେ ବହୁ ବେନିୟମ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି।
ଶ୍ରୀ ମହାନ୍ତି ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ତୃଣମୂଳସ୍ତରରେ ବାକ୍ସ ଏବଂ ଲ୍ୟାମ୍ପସ୍ ଜରିଆରେ ଜେଇଁ ଚାଷୀ ଋଣ ଦିଆଯାଉଛି ସେଥିରେ ବ୍ୟାପକ ଅନିମିତତା ହେଉଛି। ଜଣେ ଜଣେ ଚାଷୀ ଙ୍କ ନାମରେ ଜାଲ କାଗଜପତ୍ର ବଳରେ ବାରମ୍ବାର ଋଣ ଦିଆଯାଉଛି। ଏହାକୁ ଦେଖିବାକୁ ତୃଣମୂଳସ୍ତରରେ କେହି ନାହାନ୍ତି ଯଦି ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସରକାରଙ୍କ ଚାଷୀ ସହାୟତା କାର୍ଯ୍ୟକ୍ରମ ଦିଗହରା ହୋଇଯିବ।

Comments are closed.