ଭୁଲରେ ବି ଏହି ଦିଗକୁ ମୁହଁ କରି ରୋଷେଇ କରନ୍ତୁ ନାହିଁ, ନଚେତ୍….

କୁହାଯାଏ ରୋଷେଇ କଲା ବେଳେ ଅଧିକ ସଚେତନ ରହିବା ଉଚିତ। କାରଣ ରୋଷେଇ କଲା ପରେ ଖାଉଥିବା ସେହି ଖାଦ୍ୟର ପ୍ରଭାବ ସିଧାସଳଖ ଆମ ଶରୀର ଉପରେ ପଡ଼ିଥାଏ। ଜ୍ୟୋତିଷଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଖାଦ୍ୟ ତିଆରି କରିବା ବେଳେ ସକରାତ୍ମକ ଚିନ୍ତାଧାରା ପୋଷଣ କରିବା ଉଚିତ। କାରଣ ଯଦି କେହି ଖରାପ ମନରେ କିମ୍ବା କ୍ରୋଧିତ ହୋଇ ରୋଷେଇ କରେ, ତାହେଲେ ସେହି ଖାଦ୍ୟ ଖାଇଥିବା ବ୍ୟକ୍ତିଙ୍କ ଉପରେ ଏହାର ସିଧାସଳଖ କୁପ୍ରଭାବ ପଡ଼ିଥାଏ। ତେବେ ବାସ୍ତୁ ଶାସ୍ତ୍ରରେ ରୋଷେଇ କରିବାକୁ ନେଇ ଆହୁରି ଅନେକ ନୀତି ନିୟମ ବିଷୟରେ କୁହାଯାଇଛି। ଯେପରିକି ରୋଷେଇ କଲା ବେଳେ କେଉଁ ଦିଗକୁ ମୁହଁ କରିବା ଉଚିତ ଓ କେଉଁ ଦିଗକୁ ମୁହଁ କରିବା ଉଚିତ ନୁହେଁ। ଏଥି ପ୍ରତି ଧ୍ୟାନ ନ ଦେବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଉପୁଜିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ –

ବାସ୍ତୁ ଅନୁସାରେ କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଖାଦ୍ୟ ତିଆରି କରିବା ବ୍ୟକ୍ତି ଓ ଖାଇବା ବ୍ୟକ୍ତିଙ୍କ ଜୀବନରେ ଦୁଃଖ ମାଡ଼ି ଆସେ। ଏହା ବ୍ୟତୀତ ଆଣ୍ଠୁଗଣ୍ଠି ବାତ, ମୁଣ୍ଡ ବିନ୍ଧା, ମାଇଗ୍ରେନ୍‌ ଆଦି ସମସ୍ୟା ସବୁବେଳେ ଲାଗି ରହେ।

ଦକ୍ଷିଣ ଦିଗ ଭଳି ଉତ୍ତର ଦିଗକୁ ମଧ୍ୟ ମୁହଁ କରି ଖାଦ୍ୟ ତିଆରି କରିବା ଅନୁଚିତ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହା ଦ୍ୱାରା ଘରେ ଓ ବାହାରେ ବିବାଦ ବଢ଼େ। ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୁଏ। ଅଧିକାଂଶ ସ୍ଥିତିରେ କାଙ୍ଗାଳ ପରିସ୍ଥିତି ସୃଷ୍ଟି ହୁଏ।

ସେହିଭଳି ପଶ୍ଚିମ ଦିଗକୁ ମୁହଁ କରି ମଧ୍ୟ ଖାଦ୍ୟ ରାନ୍ଧିବାକୁ ମନା କରାଯାଇଛି। ଏହା ଦ୍ୱାରା ଜୀବନରେ କଳହ ବଢ଼େ। ଏହା ବ୍ୟତୀତ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ କଷ୍ଟଦାୟକ ହୋଇଥାଏ। ଏଣୁ ଭୁଲରେ ବି ଏହି ଦିଗକୁ ମୁହଁ କରି ଖାଦ୍ୟ ତିଆରି କରନ୍ତୁ ନାହିଁ।

ଶାସ୍ତ୍ରାନୁସାରେ ଭୋଜନ ତିଆରି କରିବା ବେଳେ ସବୁବେଳେ ପୂର୍ବ ଦିଗକୁ ମୁହଁ କରିବା ଉଚିତ। କୁହାଯାଏ ଯେ ଏହି ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଦ୍ୱାରା ଜୀବନରେ ସବୁକିଛି ଭଲ ହୁଏ। ଏଥିସହ ପରିବାରରେ ସୁଖ ଶାନ୍ତି ବଜାୟ ରହେ।

Comments are closed.