ଉନ୍ନାଓ ମାମଲା: ଦଣ୍ଡ କୋହଳ ଲାଗି ହାଇକୋର୍ଟ ଗଲେ ସେନଗର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସେନଗର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତୀସହଜାରୀ କୋର୍ଟଙ୍କ ରାୟକୁ ସେ ଚ୍ୟାଲେଞ୍ଜ କରି ଦଣ୍ଡାଦେଶ କୋହଳ କରିବା ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି।

ମାମଲାର ବିଚାର କରି ତୀସ ହଜାରୀ କୋର୍ଟ ସେନଗରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ରାୟ ଦେଇଥିଲେ। ଏହା ସହିତ ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବି ନିର୍ଦେଶ ଦେଇଥିଲେ। ମାମଲାର ଶୁଣାଣି ବେଳେ ଜିଲା ଜଜ୍‌ ଧର୍ମେଶ ଶର୍ମା କହିଥିଲେ, ସେନେଗର ଯାହା ବି କରିଛନ୍ତି ତାହାକୁ ଅନୁଧ୍ୟାନ କରାଗଲେ ତାଙ୍କ ପ୍ରତି କୋହଳ ମନୋଭାବ ଦେଖାଇବାର କୌଣସି ଅବସର ସୃଷ୍ଟି ହେବାର ପ୍ରଶ୍ନ ଉଠୁନାହି। ସେନଗର ଜନପ୍ରତିନିଧି ଥିଲେ, ସେ ଲୋକଙ୍କ ସହିତ ବିଶ୍ବାସଘାତ କରିଛନ୍ତି। ସେଥିଲାଗି ଦଣ୍ଡବିଧାନରେ କୌଣସି କୋହଳ କରାଯାଇ ପାରିବ ନାହି।

Comments are closed.