ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ବୁଦ୍ଧିଜୀବୀଙ୍କୁ ଗୁଳି କରିବାକୁ ନିର୍ଦେଶ ଦେଇଥାନ୍ତି

0

ଚେନ୍ନାଇ: ମୁଁ ଯଦି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥାନ୍ତି ତେବେ ବୁଦ୍ଧିଜୀବୀଙ୍କୁ ଗୁଳି କରିବା ପାଇଁ ପୁଲିସକୁ ନିର୍ଦେଶ ଦେଇଥାନ୍ତି। ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକର ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା।
କାରଗିଲ୍‍ ବିଜୟ ଦିବସ ଅବସରରେ ଏକ ସଭାରେ ଉଦ୍‍ବୋଧନ ଦେବା ଅବସରରେ ବି ପାଟିଲ୍‍ ୟାନ୍ତାଲ୍‍ ନାମକ ବିଜୟପୁରାର ଏହି ବିଧାୟକ ଉଦାରପନ୍ଥୀ ଓ ବୁ୍‍ଦ୍ଧିଜୀବୀଙ୍କୁ ‘ଆଣ୍ଟି ନେସ୍‍ନାଲସ୍‍’(ରାଷ୍ଟ୍ରବିରୋଧୀ) ଭାବେ ଅଭିହିତ କରି କହିଛନ୍ତି ଯେ ସେମାନେ ଦେଶର ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। ଆମେ ଦେଉଥିବା ଟିକସରୁ ସେମାନଙ୍କ ପାଇଁ ଅର୍ଥ ବରାଦ ହେଉଛି। ଅପରପକ୍ଷରେ ସେମାନେ ଭାରତୀୟ ସେନା ବିରୋଧରେ ସ୍ଲୋଗାନ୍‍ ଦେଉଛନ୍ତି। ସାମ୍ୟବାଦୀ ଓ ବୁଦ୍ଧିଜୀବୀମାନେ ହିଁ ଦେଶପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି।
ମୁସଲିମ୍‍ମାନଙ୍କୁ ସାହାଯ୍ୟ ନ କରିବା ପାଇଁ ପୌରପାଳିକା ସଦସ୍ୟଙ୍କୁ ଉପଦେଶ ଦେଇ ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ପାଟିଲ୍‍। କର୍ଣ୍ଣାଟକର ବିଜାପରୁରୁ ୧୯୯୪ ରୁ ୧୯୯୯ ଏବଂ ୧୯୯୯ ରୁ ୨୦୦୯ ପର୍ଯ୍ୟନ୍ତ ଶ୍ରୀ ପାଟିଲ୍‍ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ କେନ୍ଦ୍ର ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଭାବେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇଥିଲେ। ୨୦୧୦ରେ ସେ ବିଜେପିରୁ ଇସ୍ତଫା ଦେଇ ଜନତା ଦଳ(ଏସ୍‍)ରେ ଯୋଗ ଦେଇଥିଲେ। ବର୍ଷେ ପରେ ଜେଡିଏସ୍‍ ଛାଡ଼ି ୨୦୧୩ରେ ବିଜେପିକୁ ଫେରିଥିଲେ।

Leave A Reply