ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ଜାରି ହେଲା କଣ୍ଟ୍ରୋଲ୍ ରୁମ୍ ନମ୍ବର

କଟକ : ମଙ୍ଗଳବାର ଦିନ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ପାସ୍ ହାର ୭୦.୭୮% ରହିଛି। ଏହାସହ ୮୨ଟି ବିଦ୍ୟାଳୟରେ ପରୀକ୍ଷା ଫଳ ଶୂନ ହୋଇଛି।
ତେବେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ୨ଟି କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି। କଣ୍ଟ୍ରୋଲ୍ ରୁମ୍ ନମ୍ବର ହେଉଛି – ୦୬୭୧- ୨୪୧୨୦୫୯, ୨୪୧୨୦୬୦। ଯଦି ପରୀକ୍ଷାର୍ଥୀଙ୍କର କୌଣସି ବିଷୟରେ ଅଭିଯୋଗ ଥାଏ କିମ୍ବା କୌଣସି ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହି ଦୁଇଟି କଣ୍ଟ୍ରୋଲ୍ ରୁମ୍ ନମ୍ବରରେ ଫୋନ୍ କରି ବୁଝିପାରିବେ।

Comments are closed.