ରାଜଧାନୀରେ ଅନିୟନ୍ତ୍ରିତ କରୋନା ; ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ବର : ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଭୁବନେଶ୍ବରରୁ ଚିହ୍ନଟ ୧୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ବେଳେ ୪ ଜଣ ହୋମ୍ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଡୁମଡୁମା ଅଞ୍ଚଳର ସୁବାସ ନଗର ବସ୍ତିରୁ ୬ ପଜିଟିଭ ବାହାରିବା ପରେ ବିଏମସି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।  ଡୁମଡୁମା ଅଞ୍ଚଳର ସୁବାସ ନଗର ବସ୍ତିରୁ କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥାଇ ଏକାଧିକ ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସୁବାସ ନଗର ବସ୍ତିର ୩ଶହ ଘରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜଣାପଡ଼ିଛି ।

ଡୁମଡୁମା ହନୁମାନ ମନ୍ଦିରରୁ  ପ୍ଲଟ ନଂ ୩୨୩ରୁ ପ୍ଲଟ ନଂ ୨୬୨ ଓ ୨୫୮  ଓ  ପ୍ଲଟ ନଂ- ୨୬୨ ଓ ୨୫୮ରୁ ହନୁମାନ ମନ୍ଦିର ଯାଏ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ପାଇଁ ଜାରି ସମସ୍ତ କଟକଣା ଲାଗୁ ହେବ। ଏଥିସହ ସେହି ଅଞ୍ଚଳର ସବୁ ଅଫିସ ବନ୍ଦ ରହିବାସହ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ୭ଦିନ ପର୍ଯ୍ୟନ୍ତ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Comments are closed.