କଣ୍ଟାବାଞ୍ଜିି ମହାବୀର ରେସିଡେନ୍ସି କଣ୍ଟେନମେଣ୍ଟ ଜୋନ ଘୋଷିତ

କଂଟାବାଂଜି: କଣ୍ଟାବାଞ୍ଜି ୱାର୍ଡ ନଂ. ୧୪ ମହାବୀର ରେସିଡେନ୍ସିକୁ ବୁଧବାର ଦିନ ଟିଟିଲାଗଡ ଉପ-ଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ସୋମେଶ ଉପାଧ୍ୟୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ମହାବୀର ରେସିଡେନ୍ସିର ମୂଖ୍ୟ ଫାଟକ ଏବଂ ଡୁମେରଚୁଆଁ ପ୍ରସ୍ତାନ ଗେଟକୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ସିଲ କରାଯାଇଛି।
ଏହି ରେସିଡେନ୍ସିରେ ଗତ କିଛି ଦିନ ତଳେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ପ୍ରଶାସନ ତରଫରୁ ଘରକୁ ଘର ପରୀକ୍ଷା କରାଯାଇଛି। ଫଳରେ ଆଜି ସଂକ୍ରମଣ ସଂଖ୍ୟାକୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସୁବିଧା ସୁଯୋଗ ଦେବା ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି।