କରୋନାରେ ସଂକ୍ରମଣ ଭୟ : କମୁଛି ଏଟିଏମ୍‌ କାରବାର, ବ୍ୟାଙ୍କ ସଂସ୍ଥାପିତ କରିବେ କଣ୍ଟାକ୍ଟଲେସ୍‌ ଏଟିଏମ୍‌

ମୁମ୍ବଇ: ସମ୍ପ୍ରତି କରୋନା ସଂକ୍ରମଣ ଭୟ​‌ ଦେଶରେ କମିବାରେ ଲାଗିଛି ଏଟିଏମ୍‌ କାରବାର । ​କୋଭିଡ-୧୯କୁ ଦୃଷ୍ଟିରେ ରଖି ଯଦିବା ଏଟିଏମ୍‌ କାଉଣ୍ଟରଗୁଡିକରେ ସଂକ୍ରମଣ ରୋକିବାକୁ ବ୍ୟାଙ୍କଗୁଡିକ ସାନିଟାଇଜର ସହ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି ତଥାପି ​‌​‌​‌ସେଠାରେ କାରବାର କଲେ ସଂକ୍ରମିତ ହେବାର ଭୟ ​‌ଲୋକଙ୍କ ମନରେ ରହିଛି । ଫଳସ୍ବରୂପ ଚଳିତବର୍ଷ ଜାନୁଆରୀ ତୁଳନାରେ ମାର୍ଚ୍ଚରେ ଏଟିଏମ୍‌ କାଉଣ୍ଟରରେ କାରବାର ଏବଂ ଅର୍ଥ ଉଠାଣ ପରିମାଣ ଯଥେଷ୍ଟ କମିଯାଇଛି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଏକ ସମ୍ପର୍କ ରହିତ ବା କଣ୍ଟାକ୍ଟଲେସ୍‌ ଏଟିଏମ୍‌ କାରବାର ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ବ୍ୟାଙ୍କଗୁଡିକ ନୂଆ ଏଟିଏମ୍‌ ବ୍ୟବସ୍ଥା ସଂସ୍ଥାପିତ କରିବାକୁ ଯୋଜନା କରିଛନ୍ତି ।

ଚଳିତବର୍ଷ ଜାନୁଆରୀରେ ଦେଶରେ ୩.୨ ଲକ୍ଷ ​‌କ‌ୋଟି ଏଟିଏମ୍‌ କାରବାର ସମ୍ପନ୍ନ ହୋଇଥିବା​‌ ବେଳେ ମାର୍ଚ୍ଚରେ ଏହା ୨.୭ ଲକ୍ଷ ​‌​‌​କ‌ୋଟିକୁ ହ୍ରାସ ଘଟିଛି । ସେହିଭଳି ଜାନୁଆରୀରେ ଏଟିଏମ୍‌ ଜରିଆରେ ଦେଶରେ ୬୭ କେ‌ାଟି ଟଙ୍କାର କାରବାର ହୋଇଥିବା​‌େ​‌ବ​‌ଳେ ମାର୍ଚ୍ଚରେ ଏହି କାରବାର ୫୬ ​କୋଟି ଟଙ୍କାକୁ ହ୍ରାସ ଘଟିଥିବା ଜଣାଯାଇଛି । ଏହା ପ୍ରମାଣିତ କରୁଛି ଯେ, ଗ୍ରାହକ କରୋନାକୁ ନେଇ ଏଟିଏମ୍‌ ଜରିଆରେ କାରବାର କରିବାକୁ ପଛାଉଛନ୍ତି । ଏଟିଏମ୍‌ କାରବାର ସମୟରେ ଏହାର ଟିଭି ସ୍କ୍ରିନ୍‌ ଏବଂ କି ​‌ବୋର୍ଡକୁ ଟଚ୍‌ କରିବାର ସମ୍ଭାବନା ରହିଥିବାଯୋଗୁ ଏହା ଜରିଆରେ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ଏଥିପାଇଁ ଗ୍ରାହକଙ୍କୁ ଏକ ସମ୍ପର୍କ ରହିତ ଏଟିଏମ୍‌ କାରବାର ସୁବିଧା ଯୋଗାଇବା ପାଇଁ ବ୍ୟାଙ୍କଗୁଡିକ ଏକ କଣ୍ଟାକ୍ଟଲେସ୍‌ ଏଟିଏମ୍‌ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ​‌ପେ​‌ମେଣ୍ଟ କମ୍ପାନୀ ଏଜିଏସ୍‌ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିଜ୍‌ ଏକ ପ୍ରୋଟୋଟାଇପ୍‌ର ବିକାଶ କରିଛି । ଏହି ଅନୁଯାୟୀ, ଗ୍ରାହକ ଏଟିଏମ୍‌ ମେସିନ୍‌ ସହ ଇଣ୍ଟର​‌େ​‌ଫସ୍‌ ହେବା ନିମନ୍ତେ ସ୍କ୍ରିନ୍‌ରେ ଦେଖାଯାଉଥିବା ଏକ କ୍ୟୁଆର୍‌ ​କୋଡକୁ ସ୍କାନ୍‌ କରିବେ । ପୂର୍ବ ବ୍ୟବସ୍ଥାରେ ଆକାଉଣ୍ଟଧାରୀଙ୍କୁ ଚିହ୍ନିବା ପାଇଁ ଏଟିଏମ୍‌ରେ ଏକ ମ୍ୟାଗ୍‌ନେଟିକ୍‌ ଷ୍ଟ୍ରିପ୍‌ କାର୍ଡର ବ୍ୟବହାର କରାଯାଉଥିବାବେଳେ ଏବେ ସମ୍ପର୍କ ରହିତ ଏଟିଏମ୍‌ କାରବାର ପାଇଁ ଗ୍ରାହକଙ୍କୁ ବ୍ୟାଙ୍କର ସ୍ମାର୍ଟଫୋନ୍‌ ଆପ୍‌କୁ ବ୍ୟବହାର କରି ସ୍କ୍ରିନ୍‌ରେ ଦେଖାଯାଉଥିବା ଏକ କ୍ୟୁଆର୍‌ ​‌କୋଡକୁ ସ୍କାନ୍‌ କରିବାକୁ ହେବ । ଏହାପରେ ଗ୍ରାହକ ନିଜ ​ମୋବାଇଲରେ ଉଠାଣ କରିବାକୁ ଚାହୁଁଥିବା ଅର୍ଥ ରାଶି ଏବଂ ଏଟିଏମ୍‌ ପିନ୍‌ ଏଣ୍ଟର କରିବା ପରେ ମେସିନ୍‌କୁ ସ୍ପର୍ଶ ନ କରି ସେଥିରୁ ଅର୍ଥ ସଂଗ୍ରହ କରିପାରିବେ ।

ଦେଶରେ ବ୍ୟାଙ୍କଗୁଡିକ ନିମନ୍ତେ ୭୦,୦୦୦ ଏଟିଏମ୍‌କୁ ପରିଚାଳନା କରୁଥିବା ଏଜିଏସ୍‌ ଏବେ​‌ ଦୁଇଟି ବ୍ୟାଙ୍କ ପାଇଁ ଏଭଳି କଣ୍ଟାକ୍ଟଲେସ୍‌ ସଲ୍ୟୁସନ୍‌ ବିକାଶ କରିବା ପ୍ରକ୍ରିୟାରେ ରହିଛି । ଏହାଛଡା ଏ ନେଇ ଆଉ ୪ ବ୍ୟାଙ୍କ ସହ ସଂସ୍ଥା ଯୋଗାଯୋଗରେ ରହିଥିବା ଜଣାଯାଇଛି । ଏ କ୍ଷେତ୍ରରେ କେବଳ ସଫ୍ଟୱେରରେ ପରିବର୍ତ୍ତନ ହେବାକୁ ଥିବାରୁ ନୂଆ ବ୍ୟବସ୍ଥାର କାର୍ଯ୍ୟକାରୀ ପାଇଁ ଆଠ ସପ୍ତାହ ସମୟ ଲାଗିପାରେ ​ବୋଲି କୁହାଯାଉଛି ।

Comments are closed.