ଚଳିତ ମାସରୁ ଆରମ୍ଭ ହେବ କାଶୀ ବିଶ୍ୱନାଥ କରିଡର୍‍ ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର କାଶୀ ବିଶ୍ୱନାଥ କରିଡର୍‍ ନିର୍ମାଣ କାର୍ଯ୍ୟ ଚଳିତ ମାସରୁ ଆରମ୍ଭ ହେବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତି ପ୍ରିୟ ଯୋଜନା। ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ମାସରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ବର୍ତ୍ତମାନ ସୁଦ୍ଧା ଏଥିପାଇଁ ଜମି ସଂଗ୍ରହ, ମୃତ୍ତିକା ପରୀକ୍ଷଣ ଓ ଭୂ-ବୈଷୟିକ ତଦାରଖ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।

କାଶୀ ବିଶ୍ୱନାଥ ସ୍ୱତନ୍ତ୍ର ଅଞ୍ଚଳ ବିକାଶ କର୍ତ୍ତୃପକ୍ଷର ସିଇଓ ବିଶାଲ୍‍ ସିଂହ କହିଛନ୍ତି, ଖନନ କାର୍ଯ୍ୟ ସମୟରେ ମୋଟ ୨୩ଟି ମନ୍ଦିର ଠାବ କରାଯାଇଛି। ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ।

Comments are closed.