ମାର୍ଚ୍ଚ ୨୫ରୁ ହେବ ରାମ ମନ୍ଦିର ନିର୍ମାଣ – ଫେବୃଆରୀ ୯ ସୁଦ୍ଧା ଟ୍ରଷ୍ଟ ଗଠନ

ଡେସ୍କ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ବହୁ ବିବାଦିତ ଅଯୋଧ୍ୟା ମାମଲାର ନିଷ୍ପତ୍ତି ପରେ ଏବେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଓ ଏ ନେଇ ଟ୍ରଷ୍ଟ ଗଠନ ପାଇଁ ତତ୍ପରତା ପ୍ରକାଶ ପାଇଛି। ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ମଧ୍ୟରେ ଚୈତ୍ର ନବରାତ୍ରି ମଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତାବିତ ଟ୍ରଷ୍ଟ ଗଠନ କାର୍ଯ୍ୟ ଆସନ୍ତା ଫେବୃଆରୀ ୯ ସୁଦ୍ଧା ଶେଷ କରିବାକୁ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରଷ୍ଟର ରୂପରେଖ ତଥା ମନ୍ଦିର ଡିଜାଇନକୁ ଅନୁମୋଦନ କରିବେ ବୋଲି ଜଣାପଡିଛି।

ଅଯୋଧ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟ୍ରଷ୍ଟରେ ସବୁ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମନ୍ଦିର ନିର୍ମାଣ କାର୍ଯ୍ୟ ୨ ଏକର ୭୭ ଡିସିମିଲି ଜମିରେ କରିବାକୁ କହିଛନ୍ତି। ସେହିପରି ମସଜିଦ ନିର୍ମାଣ ପାଇଁ ଖୁବ ଶୀଘ୍ର ସ୍ଥାନ ଯୋଗାଇ ଦିଆଯିବ ବୋଲି ଜଣାପଡିଛି। ଏଥିପାଇଁ ଉତ୍ତରପ୍ରଦେଶ ସରକାର ୩ଟି ସ୍ଥାନ ଚିହ୍ନଟ କରିଥିବା ନିର୍ମାଣ ବିଭାଗକୁ ଜଣାଇଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ‘ଅଯୋଧ୍ୟା ଡେସ୍କ’ ଆରମ୍ଭ କରିବା ସହ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ଚିହ୍ନଟ କରିଛି।

Comments are closed.