ଗଛରେ ପିଟିହେଲା ବିଏମଡବ୍ଲୁ କାର୍‌; ନିର୍ମାଣକାରୀ ସଂସ୍ଥା ମାଲିକ​‌ ଓ ଡ୍ରାଇଭର ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମାଧପୁରଠାରେ ଏକ ବିଏମଡବ୍ଲୁ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ଵସ୍ଥ ଗଛରେ ପିଟି ହୋଇଯିବାରୁ ଚାଳକ କେଦାର ସ୍ବାଇଁ ଏବଂ ଏକ ନିର୍ମାଣକାରୀ ସଂସ୍ଥା ରଞ୍ଜିତ ବିଲ୍ଡକନ୍‌ ପ୍ରାଇଭେଟ ଲିମିଟେଡ୍‌ର ଚେୟାରମ୍ୟାନ ଚଂଦ୍ରେଶ ଏ. ପଟେଲ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଠିକା ସଂସ୍ଥା ପକ୍ଷରୁ ଧଳପୁର ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କରାଯାଉଛି। କମ୍ପାନୀର ଚେୟାରମ୍ୟାନ କାର୍ଯ୍ୟ ଅନୁଧ୍ୟାନ କରିବା ଲାଗି ଗୁଜରାଟରୁ ଭୁବନେଶ୍ଵର ଆସିଥିଲେ। ପରେ ସୋମବାର ବିଳମ୍ବିତ ରାତିରେ ସେ ତାଙ୍କ ବିଏମଡବ୍ଲୁ କାର ଯୋଗେ କାର୍ଯ୍ୟସ୍ଥଳକୁ ଯାଉଥିବାବେଳେ ମାଧପୁର ବନଦୁର୍ଗା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

Comments are closed.