ମନ୍ତ୍ରୀ ପୁଅଙ୍କୁ ଆଖି ଦେଖାଇଥିବା ସୁନୀତା ଯାଦବ ଛାଡ଼ିଲେ ଚାକିରି

ସୁରଟ: ରାତି ଅଧରେ କୋବିଡ଼ ନିୟମ ଭାଙ୍ଗି ଗାଡ଼ିରେ ଯାଉଥିବା ଗୁଜରାଟର ଜଣେ ମନ୍ତ୍ରୀଙ୍କ ପୁଅକୁ ନାଲି ଆଖି ଦେଖାଇ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଥିବା ପୁଲିସ ଏଲ୍ ଆଇ ସୁନୀତା ଯାଦବ ଚାକିରିରୁ ଇସ୍ତଫା ଦେଇଛନ୍ତି । କନଷ୍ଟେବଳଠାରୁ ତଳ ପାହ୍ୟାରେ ଥିବା ସୁନୀତା ରାତିରେ ଡ଼୍ୟୁଟି କରୁଥିବାବେଳେ ଗୁଜୁରାଟର ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କାନାନୀଙ୍କ ପୁଅ ପ୍ରକାଶ କାନାନି ଏବଂ ତାଙ୍କର ଦୁଇ ବନ୍ଧୁ ସୁରଟରେ ରାତି କର୍ଫ୍ୟୁ ଉଲ୍ଲଙ୍ଘନ କରି ଯାଉଥିବାବେଳେ ସୁନୀତା ତାଙ୍କୁ ରୋକିଥିଲେ । ମନ୍ତ୍ରୀଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରାଯାଉଥିବାବେଳେ ସୁନୀତା ଚାକିରିରୁ ଇସ୍ତଫା ଦେଇଥିବା ଖବର ପ୍ରଚାରିତ ହୋଇଛି ।

ମୁଁ ଇସ୍ତଫା ଦେଇଛି କାରଣ ମୁଁ ମୋର ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇ ନଥିଲି। ମୁଁ କେବଳ ଜଣେ କନଷ୍ଟେବଳ ଭାବରେ ମୋର କର୍ତ୍ତବ୍ୟ ପାଳନ କରୁଥିଲି। ଏହା ଆମର ବ୍ୟବସ୍ଥାର ଦୋଷ ଯେ ଏହି ଲୋକମାନେ (ମନ୍ତ୍ରୀଙ୍କ ପୁଅ ପରି) ସେମାନେ ଭିଆଇପି (ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି) ବୋଲି ଭାବନ୍ତି। ବୋଲି ସୁନୀତା କହିଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀ ତାଙ୍କ ଇସ୍ତଫା ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି । ସୁନୀତାଙ୍କ ତଦନ୍ତ ଜାରି ରହିଛି ଏବଂ ବୈଷୟିକ କାରଣ ଯୋଗୁଁ ସେ ଇସ୍ତଫା ଦେଇ ପାରିବେ ନାହିଁ ବୋଲି ସୁରଟ ପୋଲିସ କମିଶନର ଆର ବି ବ୍ରହ୍ମଦତ୍ତ କହିଛନ୍ତି।

Comments are closed.