ଗାଳିଦେଉଥିବା ଲୋକକୁ ତାଗିଦ କରିବାରୁ ପୁଲିସ କନେଷ୍ଟବଳଙ୍କୁ ଅପହରଣ

0

ଗୁରୁଗ୍ରାମ – ଗୁରୁଗ୍ରାମରେ ଜଣେ ପୁଲିସ କର୍ମଚାରୀଙ୍କ ଘର ଆଗରେ ଗାଳି ଗୁଲଜ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ କର୍ମଚାର ଜଣଙ୍କ ତାଗିଦ କରିବାରୁ ତାଙ୍କୁ ଅପହରଣ କରାଯାଇଥିଲା ଅଭିଯୋଗ ହୋଇଛି । ଏବେ ସେହି ଅଞ୍ଚଳର ସିସି ଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

ଗୁରୁଗ୍ରାମର ସେକ୍ଟର ୧୪ରେ ଥିବା ରାଜିବ ନଗରରେ ଏହି ଘଟଣା ଘଟିଛି ।  ମଦନ ଲାଲ୍‌ ନାମକ ହେଡ୍‌ କନେଷ୍ଟବଳଙ୍କୁ ଅପହରଣ କରାଯାଇଥିଲା । ଅପହରଣର ଘଣ୍ଟାଏ ପରେ ଏହି ହେଡ୍‌ କନଷ୍ଟବଳଙ୍କୁ ସେକ୍ଟର ୧୨ରୁ ଉଦ୍ଧାର କରାଯାଇଛି ।

ହେଡ୍‌ କନଷ୍ଟବଳ ମଦନ ଲାଲଙ୍କ ଘର ସାମ୍ନାରେ ଜଣେ ଲୋକ ସମସ୍ତଙ୍କୁ ଗାଳି ଗୁଲଜ କରୁଥିଲା ।  ମଦନଲାଲ ଏହାର ବିରୋଧ କରିଥିଲେ  । ଏହାର ପ୍ରାୟ ୪୦ ମିନିଟ ପରେ ଏକ ରୂପେଲୀ ରଙ୍ଗର ଟାଟା ସଫାରୀରୁ କେତକ ଦୁର୍ବୃତ୍ତ ମଦନ ଲାଲଙ୍କ ଘର ସାମ୍ନାରେ ଓହ୍ଲାଇଥିଲେ  ସେମାନେ ଜବରଦସ୍ତ ମଦନ ଲାଲଙ୍କୁ ଅପହରଣ କରି ନେଇଯାଇଥିଲେ ।  ଏହାପରେ ସେ ଭଡା ରହୁଥିବା ଘରର ମାଲିକ ପୁଲିସକୁ ଫୋନ୍‌ କରିଥିଲେ । ପୁଲିସ କେତକ ଟିମ୍‌ ଗଠନ କରି ମଦନଲାଲଙ୍କୁ ଉଦ୍ଧାର କରିଥିଲା । ପୁଲିସ ମଦନଲାଲଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୁଲିସ କନେଷ୍ଟବଳଙ୍କୁ ଅପହରଣକାରୀମାନେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । କନେଷ୍ଟବଳଙ୍କ ଅପହରଣ ପରେ ଏବେ ଗୁରୁଗ୍ରାମରେ ସାଧାରଣ ଲୋକଙ୍କର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply