୧୦ ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର : ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ୧୦ଟି ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ଭାବେ ଲୁଟୁ ରଞ୍ଜନ ଥାପା, କୋରାପୁଟ ଜିଲ୍ଲା ସଭାପତି ଭାବେ ସୁକାନ୍ତ ପଟ୍ଟନାୟକ, ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ପ୍ରେମ ପ୍ରକାଶ ମିଶ୍ର, କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ସାୱଲ ମଙ୍ଗରାଜ, ନୂଆପଡ଼ା ଜିଲ୍ଲା ସଭାପତି ଭାବେ କପିଳେନ୍ଦ୍ର ଭୋଇ, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଭାବେ ପ୍ରିୟବ୍ରତ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଭାବେ ସତ୍ୟପ୍ରିୟ ସାମଲ, ଜଗତ୍ସିଂହପୁର ଜିଲ୍ଲା ସଭାପତି ଭାବେ ପ୍ରଶାନ୍ତ କୁମାର ମଲ୍ଲିକ, କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଆର୍ଯ୍ୟବୀର ଲେଙ୍କା ଓ କଟକ(ନଗର) ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ବିକି ଚକ୍ରବର୍ତୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ସମସ୍ତ ଜିଲ୍ଲା, ବିଧାନସଭା ଓ ବ୍ଲକସ୍ତରର ସଙ୍ଗଠନକୁ ଦୃଢ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Comments are closed.