କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ପତ୍ର ଲେଖିଲେ ଦଳର ୨୩ ବରିଷ୍ଠ ନେତା

ନୂଆଦିଲ୍ଲୀ : କଂଗ୍ରେସ ଦଳର ଉନ୍ନତି ପାଇଁ ଦଳରେ ଆମୂଳଚୁଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦଳରେ ପରିବର୍ତ୍ତନ କରାଯାଇପାରିଲେ ହିଁ ଦଳର ଉନ୍ନତି ହୋଇପାରିବ ବୋଲି କଂଗ୍ରେସର ୨୩ ଜଣ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଛନ୍ତି। ଏହି ନେତାଙ୍କ ୨୩ ଜଣ ନେତାଙ୍କ ମଧ୍ୟରେ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଶଶି ଥରୁରଙ୍କ ଭଳି ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ଥିବା ସୂଚନା ମିଳିଛି।

ଏହି ସମୟରେ ଦଳ ଦୁର୍ବଳ ଅବସ୍ଥାରେ ରହିଛି। କାରଣ ସମ୍ବନ୍ଧରେ ଆତ୍ମନିରୀକ୍ଷଣ କରାଯାଉ ନାହିଁ । ଏନେଇ ସୋମବାର ସିଡବ୍ୟୁସିସି ବୈଠକରେ ଆଲୋଚନା କରାଯିବ ବୋଲି ଅନୁମାନ କରାଯାଉଛି ।

Comments are closed.