ବରିଷ୍ଠ କଂଗ୍ରେସ କର୍ମୀ ବିଦ୍ୟାଧର ଦାଶ ସମ୍ବର୍ଦ୍ଧିତ

ପାଟଣା: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ପାଟଣା ନିର୍ବାଚନ ମଣ୍ଡଳୀର ଦୁଇ ଜଣ ବରିଷ୍ଠ କଂଗ୍ରେସ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବରିଷ୍ଠ କଂଗ୍ରେସ ନେତା ସାମଜସେବୀ ବିଦ୍ୟାଧର ଦାଶ ଓ ସାହାରପଡ଼ା ବ୍ଲକର ବରିଷ୍ଠ କଂଗ୍ରେସ ନେତା ଭୋଳାନାଥ ବଘେଲଙ୍କୁ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା , ପି.ସି.ସି
ସାଧାରଣ ସଂପାଦକ ଆଲୋକ ମିଶ୍ର, ସଂପାଦକ ସଂଗ୍ରାମ ଦାସ, ଦଳୀୟ ନେତ୍ରୀ ସଂଗୀତା ସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ। ପାଟଣାର ବିଦ୍ୟାଧର ଦାଶ ଜିଲ୍ଲା କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ହୋଇଥିବା ବେଳେ ଆଜି ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ଅବସରରେ ତାଙ୍କୁ ଦଳ ପକ୍ଷରୁ ସମ୍ମାନୀତ କରାଯାଇଥିବାରୁ ସେ ଦଳ ନିକଟରେ କୃତଜ୍ଞ ବୋଲି କହିଛନ୍ତି।