ନୂଆବର୍ଷ ପାଳିବନି କଂଗ୍ରେସ : ଉତ୍ସବ ପରିବର୍ତ୍ତେ ଉପବାସ କରିବ ଦଳ

ନୂଆଦିଲ୍ଲୀ : ଆଉ କିଛି ଘଣ୍ଟା ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ନୂଆବର୍ଷକୁ ଖୁବ୍ ଧୁମଧାମରେ ପାଳିବା ପାଇଁ ବିଭିନ୍ନ ସ୍ଥାନରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ମାତ୍ର ଚଳିତ ଥର କଂଗ୍ରେସ ଦଳ ନୂଆବର୍ଷ ପାଳିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ନୂଆବର୍ଷକୁ ଧୁମଧାମରେ ପାଳିବା ପରିବର୍ତ୍ତେ ଦଳ ଉପବାସରେ ବସିବ ବୋଲି ଜଣାପଡ଼ିଛି।

ଏନେଇ ଦଳର କହିବା କଥା, ବର୍ତ୍ତମାନ ଦେଶର ପରିସ୍ଥିତି ବହୁତ ଖରାପ ରହିଛି। ଦେଶର ଅର୍ଥ ବ୍ୟବସ୍ଥା ଦିନକୁଦିନ ନିମ୍ନ ସ୍ଥରକୁ ଖସିବାରେ ଲାଗିଛି। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହେତୁ ଲୋକମାନେ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି କାରଣରୁ ଦଳ ଏଥର ନୂଆବର୍ଷ ନ ପାଳିବାକୁ ନିଷ୍ପତ୍ତି ନେଇଛି।

ଉତ୍ସବ ପାଳିବା ପରିବର୍ତ୍ତେ କଂଗ୍ରେସ ଦଳ ଡିସେମ୍ବର ସନ୍ଧ୍ୟାରୁ ଜାନୁୟାରୀ ୧ସକାଳ ପର୍ଯ୍ୟନ୍ତ ଉପବାସରେ ବସିବେ। ଏହି ଉପବାସ କାର୍ଯ୍ୟକ୍ରମରେ ଦଳର ଅନେକ ବରିଷ୍ଠ ନେତା ଭାଗ ନେବେ।

Comments are closed.