ପଶ୍ଚିମବଙ୍ଗରେ ୯୨ ଆସନରେ ଲଢ଼ିବ କଂଗ୍ରେସ

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୨ ଆସନରେ ପ୍ରାର୍ଥୀ ଦେବ। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ନିର୍ବାଚନରେ କଂଗ୍ରେସ ବାମଦଳଗୁଡ଼ିକ ସହିତ ଆସନ ବୁଝାମଣା କରିବା ନେଇ ଆଲୋଚନା ହୋଇଛି। ସେଥିଲାଗି କଂଗ୍ରେସ ରାଜ୍ୟରେ ମାତ୍ର ୯୨ ଆସନରେ ପ୍ରାର୍ଥୀ ଦେବା ପାଇଁ ବାମଦଳଗୁଡ଼ିକ ସହମିତ ହୋଇଛି। ଏହି ଆସନଗୁଡ଼ିକରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଏକ ତାଲିକା ପ୍ରସ୍ତୁତ କରି ଆଗାମୀ ଦୁଇଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଅଧୀର ରଞ୍ଜନ ସୂଚନା ଦେଇଛନ୍ତି।

Comments are closed.