ତୈଳ ଦର ବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ୱର: କରୋନା ଭୟ ସହିତ କେନ୍ଦ୍ର ସରକାରଙ୍କ ଯୋଜନାହୀନ ଏକତରଫା ଅଚାନକ ଲକ୍‍ଡାଉନ୍‍ ଓ ସଟ୍‌ଡାଉନ୍‌ ଯୋଗୁ ଦେଶବ୍ୟାପୀ ସାଧାରଣ ଲୋକେ ନାହିଁ ନ ଥିବା ଦୁର୍ଦଶା ଭୋଗ କରୁଛନ୍ତି। ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେତିକିବେଳେ ଦାଉ ସାଧିଲା ଭଳି ଡିଜେଲ୍‍ ଓ ପେଟ୍ରୋଲ୍‍ର ଦାମ ଗତ କିଛିଦିନ ଧରି ବୃଦ୍ଧି ପାଇବା ଯୋଗୁ ଲୋକଙ୍କ ସମସ୍ୟା ଦୁଇଗୁଣ ବଢ଼ିଯାଇଛି। ପ୍ରତିଦିନ ପେଟ୍ରୋଲ୍‌ ଓ ଡିଜେଲ ଦର ବୃଦ୍ଧି କରି ସରକାର ଗରିବ ଲୋକଙ୍କୁ ଶୋଷଣ କରିବାକୁ ଚାହୁଁଛନ୍ତି। ଏହାର ପ୍ରତିବାଦରେ ଅାଜି କେନ୍ଦ୍ର ବିଜେପି ନେତୃତ୍ବ ଏନ୍‌ଡିଏ ସରକାର ଲଗାତାର ଆକାଶ ଛୁଅଁା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି କରିବା ସହ ଏକ୍‌ସାଇଜ୍‌ ଡ୍ୟୁଟି ବୃଦ୍ଧି ଘଟଣା ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଉଛି। ଆସନ୍ତାକାଲିଠୁ ରାଜ୍ୟର ସବୁ ଜିଲା ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧିର ପ୍ରତିବାଦ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଯୋଗଦେଇଛନ୍ତି।

Comments are closed.