କଂଗ୍ରେସ ସେବାଦଳ ପୁସ୍ତିକାରେ ବୀର ସାବରକରଙ୍କ ଅନୈତିକ ସମ୍ପର୍କ ଚର୍ଚ୍ଚା

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ କଂଗ୍ରେସ ସେବା ଦଳ ଦ୍ୱାରା ଆୟୋଜିତ ୧୦ ଦିନିଆ କ୍ୟାମ୍ପରେ ବଣ୍ଟା ଯାଇଥିବା ପୁସ୍ତିକାରେ ବିନାୟକ ଦାମୋଦର ସାବରକରଙ୍କ ସହ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରମ ଗଡ଼ସେଙ୍କ ସମଲିଙ୍ଗୀ ସମ୍ପର୍କ ଥିବା ମନ୍ତବ୍ୟକୁ ନେଇ ବିଜେପି ବିରୋଧ କରିଛି। କଂଗ୍ରେସ ସେବା ଦଳ ମୁଖ୍ୟ ଲାଲଜୀ ଦେଶାଇ ଏ ସମ୍ପର୍କରେ ସଫେଇ ଦେଇ କହିଛନ୍ତି, ପ୍ରମାଣ ଆଧାରରେ ଏହି ତଥ୍ୟ ଦିଆଯାଇଛି। ସେ କହିଛନ୍ତି ଯେ ସାବରକର ସମଲିଙ୍ଗୀ ସମ୍ପର୍କ ରଖିବା ପ୍ରସଙ୍ଗ ନୁହେଁ କାରଣ ଏବେ ଆମ ଦେଶରେ ଏହା ଆଇନ ସମ୍ମତ।

କ୍ୟାମ୍ପରେ ବଣ୍ଟା ଯାଇଥିବା ପୁସ୍ତିକା ‘ବୀର ସାବରକର କିତନେ ବୀର?’ ପୁସ୍ତିକାରେ ଲ୍ୟାରୀ କଲିନ୍ସ ଓ ଡୋମିନିକ ଲାପିଏରଙ୍କ ଦ୍ୱାରା ରଚିତ ପୁସ୍ତକ ‘ଫ୍ରିଡମ ଆଟ ମିଡ଼ନାଇଟ’ର ୪୨୩ ପୃଷ୍ଠାରେ ଥିବା ତଥ୍ୟକୁ ଭିତ୍ତିକରି ଏଭଳି ସୂଚନା ଦିଆଯାଇଥିବା ଦେଶାଇ କହିଛନ୍ତି । ସେଥିରେ ଥିବା ତଥ୍ୟ ଅନୁଯାୟୀ, ନାଥୁରାମ ଗଡ଼ସେ ଓ ତାଙ୍କ ରାଜନୈତିକ ଗୁରୁ ସାବରକରଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଥିବା ପୁସ୍ତିକାରେ ବର୍ଣ୍ଣନା କରାଯାଇଛି। ଅନ୍ୟ ପକ୍ଷରେ ସେହି ପୁସ୍ତିକାରେ ସାବରକରଙ୍କୁ ୧୨ ବର୍ଷ ବୟସ ହୋଇଥିବା ବେଳେ ସେ ଦଳିତ ମହିଳାଙ୍କ ସହ ଦୁଷ୍କର୍ମ କରିବା ଓ ମସଜିଦ ଉପରକୁ ପଥର ଫିଙ୍ଗିବାକୁ ତାଙ୍କ ଅନୁଗାମୀମାନଙ୍କୁ ଉତ୍ସାହିତ କରୁଥିଲେ ବୋଲି ଉଲ୍ଲେଖ ରହିଛି।

ପୁସ୍ତକ ‘ଫ୍ରିଡମ ଆଟ ମିଡ଼ନାଇଟ’ର ୪୨୩ ପୃଷ୍ଠାରେ ଥିବା ତଥ୍ୟ –
“At the age of twenty-eight, Godse had finally taken that ancient Hindu vow whose observance had so concerned and troubled Gandhi, that of the Brahmacharya, the voluntary renunciation of sex in all its forms. He apparently remained faithful to it for the rest of his life. Before taking it, he had only one known sexual relationship. It was homosexual. His partner was his political mentor, Veer Savarkar.”

କଂଗ୍ରେସ ଦେଶଭକ୍ତମାନଙ୍କୁ ବଦନାମ କରୁଛି ବୋଲି ବିଜେପି ବିଧାୟକ ରାମେଶ୍ୱର ଶର୍ମା ଅଭିଯୋଗ କରି କହିଛନ୍ତି, କଂଗ୍ରେସ ସାବରକରଙ୍କୁ ମୁସଲିମ ବିରୋଧୀ ଭାବେ ଚିତ୍ରଣ କରି ମୁସଲିମ ତୁଷ୍ଟିକରଣ କରୁଛି ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ ଦେଉଛି।

Comments are closed.