ସିଭିସି ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଳୀ : କେନ୍ଦ୍ରୀୟ ଭିଜିଲାନ୍ସ କମିଶନର(ସିଭିସି) ଓ ଭିଜିଲାନ୍ସ କମିଶନର ନିଯୁକ୍ତି ଉପରେ କଂଗ୍ରେସ ବୁଧବାର ପ୍ରଶ୍ନବାଚୀ ଉଠାଇଛି। ଏହି ସମସ୍ତ ପ୍ରକ୍ରିୟାର ଯାଞ୍ଚ କରାଯିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ପାର୍ଟି ମୁଖପାତ୍ର ମନିଶ ତିୱାରୀ ମନୋନୟନ ପ୍ରକ୍ରିୟା ଅସାମ୍ବିଧାନିକ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ସଂଜୟ କୋଠାରୀଙ୍କୁ ସିଭିସି ନିଯୁକ୍ତ କରି ସରକାର କିଛି ବିଷୟ ଗୁପ୍ତ ରଖିବାକୁ ପ୍ରଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ସଂଜୟ କୋଠାରୀଙ୍କୁ ଉପଯୁକ୍ତ ପ୍ରକ୍ରିୟା ମଧ୍ୟ ଦେଇ ନିଯୁକ୍ତ କରାଯାଇ ନାହିଁ ଓ ଏହା ଯୋଗୁଁ ଗୁରୁତର ପ୍ରଶ୍ନବାଚୀ ଉଠାଯାଉଛି। ଏଥିପାଇଁ ନିଯୁକ୍ତି ଓ ଆବେଦନ ପ୍ରକ୍ରିୟା ପୁନର୍ବାର କରାଯିବାକୁ କଂଗ୍ରେସ ଦାବି କରିଛି।

Comments are closed.