ବାଙ୍କୀ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଶାଳ ଜନଜାଗରଣ ଯାତ୍ରା

ବାଙ୍କୀ :  ପ୍ରଦେଶ କଂଗ୍ରେସ ପ୍ରଭାରୀ ଡଃ.ଏ.ଚେଲାକୁମାରଙ୍କ ବାଙ୍କୀ ଗସ୍ତ  ଅବସରରେ ଶୁକ୍ରବାର ଅପରାହ୍ନରେ ବାଙ୍କୀ ଠାରେ ଡମପଡା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବାଙ୍କୀ ବ୍ଲକ ଅଧିନ ନୂଆଗାଁ ପଞ୍ଚାୟତର ଖଜୁରୀପଦା ଗ୍ରାମ ଠାରେ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ପ୍ରତ୍ତିମୂର୍ତ୍ତୀ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରିବା ଅବସରରେ ବାଙ୍କୀ ନିର୍ବାଚନ ମଣ୍ଡଳୀର କଂଗ୍ରେସକର୍ମୀ ମାନେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ତାଙ୍କୁ ବାଙ୍କୀ ଠାରୁ ଖଜୁରୀପଦା ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ବାଙ୍କୀର ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହପ୍ରଭାରୀ ଡି.ରୁଦ୍ର ରାଜୁ ମଧ୍ୟ ଯୋଗ ଦେଇଥିଲେ । ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଂଜନ ଚୈାଧୁରୀ, ବିଶ୍ୱରଂଜନ ପଣ୍ଡାଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଆଗାମୀ ନିର୍ବାଚନକୁ କଂଗ୍ରେସର ନେତୃତ୍ୱ ଦୃଢ ରହିବ ବୋଲି ଆୟୋଜିତ ଶୋଭାଯାତ୍ରାରେ ମତ ପ୍ରକାଶ ପାଇଛି । ହଜାର ହଜାର କର୍ମୀଙ୍କ ଉପସ୍ଥିତି ଆଗାମୀ ଦିନରେ ଦଳକୁ ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି ।

Comments are closed.