ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଦ୍ବାରା ବେଆଇନ ଭାବେ ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଓ ଜମି ନିର୍ଦ୍ଧାରିତ ମୂଲ୍ୟ ଉପରେ ୦.୫% ପ୍ରପର୍ଟି ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ସୋମବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୁଣା ଭୁବନେଶ୍ବର ସ୍ଥିତ ମାଉସୀମା ମନ୍ଦିରଠାରୁ ଏକ ବିଶାଳ ରାଲି ବାହାରି ଭୁବନେଶ୍ବର ମହାନଗରନିଗମ (ବିଏମସି)କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଆୟାଜିତ ଏହି ରାଲିରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଗଣେଶ୍ୱର ବେହେରା, ରଶ୍ମୀ ମହାପାତ୍ର, ରାଜୀବ ପଟ୍ଟନାୟକ, ସଂଗ୍ରାମ ଜେନା, ପୂର୍ବତନ ଉପସଭାପତି ଶୁଭେନ୍ଦୁ ମହାନ୍ତି, ବରିଷ୍ଠ ନେତା ଶିବାନନ୍ଦ ରାୟ ଏବଂ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

 

Comments are closed.