ତୈଳଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀକୁ ପରିଚାଳନା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କରୋନା କଟକଣାକୁ ନେଇ ସାଧାରଣ ଜନତା ବର୍ତ୍ତମାନ ଜୀବିକା ହରାଇ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବେଳେ ତୈଳ ଦର, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧି ସାଙ୍ଗକୁ କୃଷକ ମାରଣନୀତି, ଶ୍ରମିକ ମାରଣନୀତି ଓ ଜନମାରଣ ନୀତି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ଲଳିତାବିଡ଼ା ସଦୃଶ ହୋଇଛି। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିଛି କଂଗ୍ରେସ। ଏଥିନେଇ ଆଜି ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବ୍ଲକ ଆଉ ସଦର ମହକୁମାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦମାନେ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ।

ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ପ୍ରଦେଶ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର ମିଳିତ ସହଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ଝାଞ୍ଜ, ଘଣ୍ଟ, ଖଞ୍ଜଳି, ଥାଳି, ତାଟିଆ, କଂସା ଆଦି ବଜାଇ ତୈଳଦର ବୃଦ୍ଧିର ପ୍ରତିବାଦ ଜଣାଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ନେଇ ବିଶୋଦଗାର କରିଥିଲେ । ସେମାନେ କହିଥିଲେ ଏହି କରୋନା ମହାମାରୀ ବିପଦ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ୍‌ରେ ଟ୍ୟାକ୍ସ ଓ ଭାଟ୍ ବଢାଇ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ଲୁଟୁଛନ୍ତି। ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର ଥିବାବେଳେ ତୈଳଦର କିଛି ପଇସା ବଢୁଥିଲା ସେତେବେଳେ ବିଜେଡ଼ି, ବିଜେପି ରାଜରାସ୍ତାକୁ ଆସି ପ୍ରତିବାଦ କରୁଥିଲେ। ସେତେବେଳେ ପେଟ୍ରୋଲ୍ ଦର ୭୦ ଟଙ୍କା ଏବଂ ଡିଜେଲ୍ ଦର ୫୩ଟଙ୍କା ଥିଲା। ସେତେବେଳେ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ୍ ପିଛା ୧୧୦ ରୁ ୧୪୦ ଡଲାର ଥିଲାବେଳେ ବର୍ତ୍ତମାନ ୫୦ ରୁ ୬୫ ଡଲାର ମଧ୍ୟରେ ରହିଛି। କିନ୍ତୁ ଏବେ ଦେଶ ଓ ରାଜ୍ୟରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୧୦୦ ଟଙ୍କା ପାର୍ କରିଗଲାଣି ସେହିପରି କଂଗ୍ରେସ ସରକାର ସମୟରେ ୨୦୧୪ ମସିହାରେ ରନ୍ଧନ ଗ୍ୟାସ ସିଲିଣ୍ଡର ୪୧୪ ଟଙ୍କା ଥିବା ବେଳେ ଏବେ ୯୦୦ ପାଖାପାଖି ହେଲାଣି। ଏବେ ବିଜେଡ଼ି ଓ ବିଜେପି କାହିଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ଏହି ପ୍ରତିବାଦ ସଭାରେ ସର୍ବଶ୍ରୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପି.ସି.ସି. ସଭାପତି ଶରତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କମିଟି ସଭାପତି ବିଶ୍ୱଜିତ୍ ଦାସ, ଛାତ୍ର କଂଗ୍ରେସ ସଭାପତି ୟସିର୍ ନବାଜ୍‌, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ରଶ୍ମି ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ରଙ୍କ ସମେତ ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଆଶିଷ ମଲ୍ଲିକ, ମନୋଜ ନାୟକ, ଆଲୋକ ମହାନ୍ତି, ମିହିର ଆଚାର୍ଯ୍ୟ, ଗୀତାଞ୍ଜଳି ମହାନ୍ତି, ସେକ୍ ଅବତାବ୍ ଅଲ୍ଲୀ, ରଣଜିତ୍ ପାତ୍ର, ଅନୱର ଖାନ୍‌, ମନୋରଞ୍ଜନ ବଟୁ, ଶ୍ରୀଧର ବଳିଆରସିଂହ, ଦେବରାଜ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ଇନ୍ଦ୍ରଜିତ୍ ପରିଡ଼ା, ସୌମେନ୍ଦ୍ର ମହାନ୍ତି, ପ୍ରଭାସ ମହାପାତ୍ର, ଶ୍ରୀୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ସିପ୍ରା ସେନାପତି, ମୁନି ଠାପା, ହିମାଂଶୁ ଲେଙ୍କା, ମନୋଜ ମହାପାତ୍ର, ଲିଙ୍ଗରାଜ ସାହୁ, ନରୋତ୍ତମ ବେହେରା, ସେକ୍ ତାକ୍ କୁଇନ୍‌, ଜୟକୃଷ୍ଣ ମଲିଆ, କପିଳ ପଣ୍ଡା, ମଣ୍ଟୁ ମଲ୍ଲିକ, ଆଦିତ୍ୟ ସାହୁ, ସଞ୍ଜିବ ପୂଜାପଣ୍ଡା, ଦେବେନ୍ଦ୍ର ଦାସ, ମାନସ ମହାନ୍ତି, ଦେବୀପ୍ରସାଦ ବାହାଲିଆ, ସଂଜୀବ ମହାନ୍ତି, ଦୁର୍ଗା ମାହାଲ, ଏମ୍‌.ଡି. ସାହାତୁଲ୍ଲା, ନିଆଜୁଲ୍ ଇସ୍‌ଲାମ୍‌, ନିହାର ମହାପାତ୍ର, ଦେଓ ପ୍ରସାଦ, ନାସିର ଖାନ୍‌, କୈଳାସ ସାହୁ, ପ୍ରୀତମ ପରିଜା, ବାବୁ ଜେନା, ଦିପ୍ତୀରଞ୍ଜନ ପରିଡ଼ା, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, ବିଶ୍ୱଭୂଷଣ ମହାପାତ୍ର, ଅଜିତ୍ ବାରିକ, ଅଖିଳେଶ ଯାଦବ, ମହମ୍ମଦ ସମିଉଲ୍‌, ଅହେମ୍ମଦ ଖାନ୍‌, କାର୍ତ୍ତିକ କଣ୍ଡି, ଆଦିତ୍ୟ କଅଁର, ସାରୁଖ୍ ଖାନ୍‌, ପ୍ରତ୍ୟୁଷ ପ୍ରଧାନ, ସୂର୍ଯ୍ୟକାନ୍ତ ସାହୁ, ଆର୍ଜନ ସାସ୍‌ମଲ୍‌, ମହମ୍ମଦ ଗୁଲାମ ପ୍ରମୁଖ ବହୁ ଶତାଧିକ କର୍ମୀ ଯୋଗ ଦେଇଥିଲେ।

Comments are closed.