କୃଷିମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ, କୃଷକଙ୍କୁ ପ୍ରବଞ୍ଚନା ଆଉ କେତେଦିନ ?

ଭୁବନେଶ୍ୱର  : କୃଷିମନ୍ତ୍ରୀଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟରେ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷ ପଟ୍ଟନାୟକ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କୃଷକମାନଙ୍କୁ କୃଷିମନ୍ତ୍ରୀ ତାତ୍ସଲ୍ୟ କରି ସୋସିଆଲ ମିଡ଼ିଆରେ ପାଠପଢ଼଼ିବା କଥା କହୁଛନ୍ତି । କୃଷିବିଭାଗ ଦେଇଥିବା ତଥ୍ୟ ଅନୁସାରେ ୯ଲକ୍ଷ ୨୦ ହଜାର ଚାଷୀଙ୍କୁ ହ୍ୱାଟସ୍‌ଆପ ଗ୍ରୁପ୍‌ରେ ସାମିଲ କରାଯାଇଛି ଯାହା ସଂପୂର୍ଣ୍ଣ ଅବାସ୍ତବ ଏବଂ କପୋଳକଳ୍ପିତ । ହ୍ୱାଟସ୍‌ଆପର ନିୟମ ଅନୁଯାୟି ଗୋଟିଏ ଗ୍ରୁପରେ ଅତିବେଶିରେ ୨୫୦ ଲୋକଙ୍କୁ ଯୋଡ଼ିପାରିବାର ବ୍ୟବସ୍ଥା ଅଛି । ତେବେ୯ଲକ୍ଷ ୨୦ ହଜାର ଚାଷୀଭାଇଙ୍କୁ ହ୍ୱାଟସ୍‌ଆପର କେତେଗୋଟି ଗ୍ରୁପ୍‌ରେ ଯୋଡ଼ାଯାଇଛି ତାହା ସବିଶେଷ ବିବରଣୀ କୃଷି ବିଭାଗ କହିପାରିବ ନାହିଁ ।

ଅନ୍ୟପଟେ  କୃଷିବିଭାଗ ଟ୍ୱିଟର ଆକାଉଣ୍ଟକୁ ୨୭ ହଜାର ୨ଶହ ଚାଷୀ ବ୍ୟବହାର କରୁଥିବା କୁହାଯାଇଛି କିନ୍ତୁ ପ୍ରକୃତପକ୍ଷେ କୃଷି ବିଭାଗର ଟ୍ୱିଟର ଟ୍ବିଟର ଆକାଉଣ୍ଟରେ ୨୨,୬୦୦ ଜଣ ଫଲୋୟର୍ସ ଥିବାବେଳେ ୨୭,୨୦୦ ଚାଷୀ କିପରି ବ୍ୟବହାର କରୁଛନ୍ତି ବୋଲି ମଧ୍ୟ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଯେଉଁଠି ରାଜ୍ୟର ୧୪୭ ବିଧାୟକଙ୍କ ମଧ୍ୟରୁ ସମସ୍ତଙ୍କର  ଟ୍ୱିଟର ଆକାଉଣ୍ଟ ନାହିଁ ସେଠି ଚାଷୀମାନେ ଟ୍ୱିଟର ଆକାଉଣ୍ଟ ବ୍ୟବହାର କରୁଥିବା କଥା ସଂପୂର୍ଣ୍ଣ ହାସ୍ୟାସ୍ପଦ । ସେହିପିର କୃଷି ଓ କୃଷକ ସଶକ୍ତକରଣ ବିଭାଗର ଟୋଲଫ୍ରି ହେଲପ୍‌ଲାଇନ୍ ଆମ କୃଷିରେ ୮ଲକ୍ଷ ୭୫ ହଜାର ଚାଷୀଙ୍କୁ ସାମିଲ କରାଯାଇଥିବା ଯାହା କୁହାଯାଇଛି ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆଜିପର୍ଯ୍ୟନ୍ତ ଆମ କୃଷିରେ ୮ଲକ୍ଷ ୪୫ ହଜାର ୬୫୦ ଜଣ କୃଷକ ପଞ୍ଜିକୃତ ହୋଇଛନ୍ତି । ରାଜ୍ୟରେ ମୋଟ୍ ୪୫ଲକ୍ଷ କୃଷକ ପରିବାର ରହିଥିବା ବେଳେ ୨୦୧୮ ମସିହାରେ ଶେଷଥର ପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସର୍ବାଧିକ ୬୦ ହଜାର ଆଣ୍ଡ୍ରଏଡ ଫୋନ ଯୋଗାଇଥିବା ତଥ୍ୟ ରହିଛି । ତେବେ ୨ବର୍ଷ ପରେ ସେ ଫୋନ ଚାଷୀ ପାଖରେ ଅଛିତ? ଯେତେବେଳେ କରୋନା ମହାମାରୀ ସମୟରେ ଚାଷୀଟିଏ ଖାଇବାକୁ ପାଉନାହିଁ ଇଣ୍ଟରନେଟ ରିଚାର୍ଜ ଏବଂ ସ୍ମାର୍ଟଫୋନ କିଣିବା ପାଇଁ ଟଙ୍କା ପାଇବେ କେଉଁଠୁ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ ।

ରାଜ୍ୟ କୃଷି ବିଭାଗ ଠିକ୍ ସମୟରେ ଚାଷୀମାନଙ୍କୁ ବିହନ ପ୍ରଦାନ କରିପାରିଲା ନାହିଁ । ୬ଲକ୍ଷ କ୍ୟୁଣ୍ଟାଲ ବଦଳରେ ମାତ୍ର ୩.୫ ଲକ୍ଷ କ୍ୟୁଣ୍ଟାଲ ବିହନ ଯୋଗାଣ ହେଲା । ଚାଷୀମାନଙ୍କର ଅତ୍ୟାବଶ୍ୟକ ୟୁରିଆ ସାରର ଘୋର ଅଭାବ ପରିଲକ୍ଷିତ ହେଉଛି । ୨୦୦୮ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ଲକ ପିଛା ୩୫% ଜଳସେଚନ ନିମନ୍ତେ ଘୋଷଣା କରିଥିଲେ ମଧ୍ୟ କାଗଜପତ୍ରରେ ୨୦୦ ବ୍ଲକରେ ୨୮% ଏବଂ ଅନ୍ୟ ବ୍ଲକ ଗୁଡ଼ିକରେ ଜଳସେଚନ ବ୍ୟବସ୍ଥା ନାହିଁ। ଜଳସେଚନର ବ୍ୟବସ୍ଥା ଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ବାହାଘର ବେଳେ ବାଇଗଣ ରୁଆ ଭଳି ବର୍ତମାନ କେନାଲ ସଫା ଆରମ୍ଭ ହୋଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ସଠିକ୍ ଭାବରେ କରାଯାଇ ନାହିଁ । ଯାହାଦ୍ୱାରା କୌଣସି ପ୍ରାକୃତିକ ବିପର୍ୟ୍ୟୟ ଘଟିଲେ ଚାଷୀମାନେ ସରକାରୀ ସହାୟତା ପାଇବାର ବଂଚିତ ହେବେ । ଏସବୁ ମୁଖ୍ୟ ସମସ୍ୟାରୁ ନଜର ହଟାଇବା ନିମନ୍ତେ ଗତ ୪.୮.୨୦୨୦ ରିଖ ଦିନ କୃଷି ମନ୍ତ୍ରୀ ରାଜ୍ୟବାସୀଙ୍କ ନିମନ୍ତେ ଉଭଟ ତଥ୍ୟ ପ୍ରଦାନ କରିଛନ୍ତି ।

ଗତ ଜୁଲାଇ ମାସରେ ଉଚ୍ଚଶିକ୍ଷା ମନ୍ତ୍ରୀ କେନ୍ଦ୍ର ମାନବ ସମ୍ବଳମନ୍ତ୍ରୀଙ୍କୁ ଚିଠି ଲେଖି ୟୁଜି ଏବଂ ପିଜି ଶେଷ ସେମିଷ୍ଟାର ପରୀକ୍ଷା ବାତିଲ୍ କରିବାକୁ ଅନୁରୋଧ କରିଥିଲେ । କାରଣ ଦର୍ଶାଇଥିଲେ ଯେ ରାଜ୍ୟର ୨ଲକ୍ଷ ୟୁଜି ଏବଂ ପିଜି ଛାତ୍ରଛାତ୍ରୀ ନିମ୍ନ ଏବଂ ମଧ୍ୟବିତ ପରିବାରର ସେମାନଙ୍କ ପାଖରେ କମ୍ପ୍ୟୁଟର, ଲାପଟପ ଏବଂ ସ୍ମାଟଫୋନ ନାହିଁ । ଅଧିକାଂଶ ଗ୍ରାମାଂଚଳରେ ଉନ୍ନତ ଇଣ୍ଟରନେଟ ସୁବିଧା ଅଭାବରୁ ଅନ୍‌ଲାଇନ ପରୀକ୍ଷା ଦେବା ଅସମ୍ଭବ ।

ଯଦି ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କ ନିକଟରେ ପରୀକ୍ଷା ଦେବାପାଇଁ ଇଣ୍ଟରନେଟ ସୁବିଧା ଏବଂ ସ୍ମାଟ ଫୋନ ନାହିଁ ତେବେ ଗ୍ରାମାଂଚଳରେ କୃଷକ ପାଖରେ ଏ ସୁବିଧା ଉପଲବ୍ଧ ହେଲା କେମିତି । ରାଜ୍ୟ କୃଷି ବିଭାଗର ସଂପୂର୍ଣ୍ଣ ଯୋଜନା କେବଳ କେମିତି କାଗଜ କଲମରେ ଚାଲେ ତାହା ଆଜି କୃଷିମନ୍ତ୍ରୀ ରାଜ୍ୟର ଚାଷୀଙ୍କ ଟେକ୍ନୋସଭି ରିପୋର୍ଟ ଦେଇ ସ୍ପଷ୍ଟ କରିଛନ୍ତି । ଜଣେ ମନ୍ତ୍ରୀ ଦୁଇଟି ବିଭଗାର ଦାୟିତ୍ୱରେ ରହି ଦୁଇ ପ୍ରକାର କଥା କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ।

Comments are closed.