ଚୋରା ବାଲି ଚାଲାଣକୁ ବିରୋଧ ; କଂଗ୍ରେସ ପକ୍ଷରୁ ଭୂ-ସୁରକ୍ଷା ଆନ୍ଦୋଳନ ଚେତାବନୀ

 ପ୍ରଶାସନ ଓ ବାଲି ମାଫିଆଙ୍କର ମଧୂଚନ୍ଦ୍ରିକା, ବାର୍ଷିକ ଜିଲାର ୩୬ କୋଟି ରାଜସ୍ୱ ହାନି

ନବରଙ୍ଗପୁର : ଜିଲା କଂଗ୍ରେସ କମିଟି ପକ୍ଷରୁ ନବରଙ୍ଗପୁର ଜିଲାରେ ବେଆଇନ ଭାବେ ଅବାଧରେ କୋଟିକୋଟି ଟଙ୍କାର ବାଲି ଚୋରା ଚାଲାଣ କରାଯାଉଥିବାରୁ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଛି। ଏହି ଅବସରରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗ ଦେଇ ଜିଲାପ୍ରଶାସନ ଚଞ୍ଚକତା ଓ ଅର୍ଥ ତୋଷାରପାତ କରି ମାଫିଆକୁ ବାଲିଘାଟକୁ ଟେକି ଦେଇଥିବାବେଳେ ଜିଲାର ବାଲିକୁ ରାଜ୍ୟ ତଥା ରାଜ୍ୟବାହାରକୁ ଚୋର ରାଲାଣ କରାଯାଉଥିବା ଗୁରୁତ୍ବର ଅଭିଯୋଗ କରିଥିଲେ। ଛତିଶଗଡ ରାଜ୍ୟରେ ଜଗଦଲପୁରର ପ୍ରେମ ଗୁପ୍ତା ଜିଲାର ୯ଟି ବାଲିଘାଟର ଟେଣ୍ଡର ପାଇଥିବାନେଇ ସେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ସରକାର ଏକ ସି.ଏମ୍‍ ବାଲିକୁ ୩୫ ଟଙ୍କା ରୟାଲଟି କରିଥିବାବେଳେ ୮୦୦ରୁ ୧୫୦୦ ଟଙ୍କାରେ ଟେଣ୍ଡର କରାଯାଇଛି। ଫଳରେ ଜିଲାବାସୀ ଟ୍ରାକ୍ଟର ପ୍ରତି ୧୮୦୦ ଟଙ୍କାରେ ବାଲି କିଣୁଛନ୍ତି। ପୂର୍ବରୁ ବାଲି ଘାଟରେ ୧୦୦ରୁ ୨୦୦ ଟଙ୍କା ରୟାଲଟି ଦେଇ ଟ୍ରାକ୍ଟର ମାଲକିମାନେ ବାଲି କିଣୁଥିଲେ।  ଏବେ ଅହେତୁକ ବୃଦ୍ଧି କରାଯାଇଥିବାବେଳେ ଟ୍ରାକ୍ଟର ପ୍ରତି ୩ହଜାର ଟଙ୍କାଦେଇ ନବରଙ୍ଗପୁରବାସୀ ବୋଲି ପ୍ରଶ୍ନ କରିଛନ୍ତି। ବାଲି ମାଫିଆ କବଜାରେ ଜିଲାର ବାଲିଘାଟ ରହିଛି। ଦୈନିକ ଏକ ହଜାର ଟିପର ବାଲି ରାଜ୍ୟବାହାର ଛତିଶଗଡ ଓ ଆନ୍ଧ୍ର ପ୍ରଦେଶକୁ ଯାଉଛି। ଏହି ଟେଣ୍ଡର ବାଲି ଘାଟରେ ଅଧିକ ଟଙ୍କା ନିଆଯାଥିବାରୁ ଜିଲାର ଟ୍ରାକ୍ଟର ମାଲିକ ମାନେ ବାଧ୍ୟ ହୋଇ ଅନ୍ୟଘାଟରୁ ବାଲି ଉଠାଇଛନ୍ତି। ଏହା ଜାଣି ପ୍ରଶାସନ ପକ୍ଷରୁ ବ୍ଳକଅଞ୍ଚଳରେ ଟ୍ରାକ୍ଟରପ୍ରତି ୧୦ହଜାର ଟଙ୍କା ଓ ପୈାରପାଳିକା ଅଞ୍ଚଳରେ ଟ୍ରାକ୍ଟର ପ୍ରତି ୨୫ ହଜାରଟଙ୍କା ଫାଇନ୍‍ କରାଯାଉଛି। ଫଳରେ ଏବେ ଟ୍ରାକ୍ଟର ଚାଳଚଳ ବନ୍ଦ କରାଯାଇଛି। ଯାହା ଫଳରେ ଜିଲାର ଦୁଇ ହଜାର ଟ୍ରାକ୍ଟର ମାଲିକ ଓ ଏହାର ଡ୍ରାଇଭର ଓ ପ୍ରାୟ ୧୦ହଜାର କୁଲି ମଜୁରିଆ ଏବେ ବେକାର ହୋଇ ରହିଛନ୍ତି। ଏମାନଙ୍କର ପରିବାର ଏବେ ବହୁ ଅସୁବିଧାରେ ଅଛନ୍ତି। ଜିଲାରେ ପ୍ରତିଦିନ ୧୦ ଲକ୍ଷ ଟଙ୍କା ବାଲି ଚୋରା ଚାଲାଣ ହେଉଛି। ଏକ ମାସରେ ପ୍ରାୟ ୩କୋଟି ଓ ପ୍ରତିବର୍ଷ ୩୬ କୋଟିର ବାଲି ଚୋରା କାରବାର ହେଉଛି। ଏହାକୁ କଂଗ୍ରେସ ବରାଦାସ୍ତ କରିବା ନାହିଁ ବୋଲି  ସେ କହିଥିଲେ। ଜିଲାର କାର୍ଯ୍ୟରତ ଟ୍ରାକ୍ଟର ୯୦ପ୍ରତିଶତ ଡ୍ରାଇଭର ଙ୍କର ଚାଳକ ଲାଇସେନ୍ସ ନାହିଁ। ଶ୍ରମିକମାନଙ୍କର ନାମ ରେଜିଷ୍ଟ୍ରେସନ ହୋଇନଥିବାରୁ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି।  ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଜିଲାର ୧୦ଟି ତହସିଲ ରହିଥିବାବେଳେ ସେମାନେ ବାଲି ଘାଟରୁ ସରକାରୀ ଧାର୍ଯ୍ୟପ୍ରକାରେ ବାଲି ସିଏମ ପ୍ରତି ୩୫ଟଙ୍କାରେ ଦେବାକୁ ବାଧ୍ୟ ବୋଲି କହିଛନ୍ତି। ଏହାକୁ ନେଇ ସାରା ଜିଲାରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବା ସହ ବାଲି ନେଉଥିବା  ଟ୍ରାକ୍ଟର, ଟ୍ରକ ଓ ଟିପର ମାଲିକମାନେ ସାମଲ ହେବାକୁ କହିଥିଲେ। ଜିଲା ବାହାରକୁ ଚୋରାରେ  ଯାଉଥିବା  ବାଲିଗାଡି ଗୁଡିକୁ ଜବରଦସ୍ତ  ଜବତ କରାଯାଇ  ଥାନାରେ ଏତଲା ଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ  ଜିଲାରେ ଭୂ-ସଂପଦର ସୁରକ୍ଷା ପାଇଁ ଭୂ-ସେନା ଗଠନ କରାଯିବ। ଜିଲା ବାଲି ସମତେ କାଠ, ପଥର ଓ ବନ୍ୟଜାତ ଦ୍ରବ୍ୟର ସୁରକ୍ଷା ପାଇଁ ଏହି ସେନା କାର୍ଯ୍ୟକରିବ ବୋଲି କହିଥିଲେ । ବାଲିଘାଟରେ ଅସ୍ଥାୟୀ ତହସିଲ କାର୍ଯ୍ୟାଳୟ କରାଯିବାକୁ ଦାବି କରିଥିଲୋ ପୂର୍ବତନ ବିଧାୟକ ସଦନ ନାୟକ ଅନୁସୂଚିତ ଜନଜାତି ଅଞ୍ଚଳରେ ପେସା ଆଇନ- ୧୯୯୬ର ବର୍ହିଭୂତ କାର୍ଯ୍ୟ କରା ନ ଯିବାକୁ କହିଥିଲେ। ଏହି ଜିଲାର ଭୂ-ସମ୍ପତ୍ତି ସୁରକ୍ଷା କରିବା ସରକାରଙ୍କର ଦାୟିତ୍ୱ ବୋଲି କହିଥିଲେ। ଅନ୍ୟମାନଙ୍କର  ମଧ୍ୟରେ ଜିଲାଉପସଭାପତି ଦିଲ୍ଲୀପ ବେହେରା, ନଗର ସଭାପତି ଉତ୍ତମ ତ୍ରିପାଠୀ, ବରିଷ୍ଠନେତା  ସୁବାସ ସୁର, ସତ୍ୟନାରାୟଣ ତ୍ରିପାଠୀ  ଓ ଚନ୍ଦ୍ରମଲ୍ଲିକ, ଜିଲା ସମ୍ପାଦକ କୁନା ପାଢୀ , ବୃନ୍ଦା ତ୍ରିପାଠୀ,  ପ୍ରମୂଖ ଉପସ୍ଥିତ  ଥିଲେ।

Comments are closed.