ଦେଶର ଆର୍ଥିକ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ

ନୂଆଦିଲ୍ଲୀ : ଦେଶର ଘୋର ଆର୍ଥିକ ସଙ୍କଟ ସମ୍ପର୍କରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଲକଡ଼ାଉନ୍ ପାଇଁ ସେ (ଏମ୍ଏସ୍ଏମ୍ଇ) ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡିକର ସ୍ଥିତିକୁ ଦୋହରାଇଛନ୍ତି ଏବଂ ଏହାର ସମାଧାନ ପାଇଁ ପାଞ୍ଚଟି ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ଚିଠିରେ ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ, ଗୋଟିଏ ଦିନର ଲକଡାଉନ୍ ଯୋଗୁଁ ଦେଶର ପ୍ରାୟ ୩୦ ହଜାର କୋଟି ଟଙ୍କା କ୍ଷତି ହେଉଛି।
ସେ କହିଛନ୍ତି, ଏମଏସଏମଇ ସହିତ ୧୧ କୋଟି ଲୋକଙ୍କର ରୋଜଗାର ଜଡିତ। ଲକଡ଼ାଉନ୍ ଯୋଗୁଁ ଏହି କ୍ଷେତ୍ର ଉପରେ ଘୋର ପ୍ରଭାବ ପଡ଼ିଛି।

Comments are closed.