ତୌଳଦର ବୃଦ୍ଧି ବିରୋଧରେ କଂଗ୍ରେସର ରଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଫୁଲବାଣୀ : ଦେଶରେ ଲଗାତାର ତୌଳଦର ବୃଦ୍ଧି ବିରୋଧରେ ଜି ଉଦୟଗିରି ବ୍ଲକ କଂଗ୍ରେସ ପକ୍ଷରୁ ରଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ କରୋନା ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ କାମ ଧନ୍ଦା ନପାଇ ଘରେ ବସି ରହିଛନ୍ତି। ଏହିଭଳି ଘଡିସନ୍ଧି ମୁହୁର୍ତରେ କେନ୍ଦ୍ର ସରକାର ତୈଳଦର ନିୟୋନ୍ତ୍ରଣ କରିବା ବଦଳରେ ବୃଦ୍ଧି କରି ଚାଲିଛନ୍ତି। ଆନ୍ତର୍ଜାତୀୟ ବଜାରରେ ତୈଳଦର କମ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଟ୍ୟାକ୍ସ ବାବାଦରେ ୫୦ ଟଙ୍କାରୁୂ ଅଧିକ ନେଉଥିବା ଯୋଗୁଁ ଦର ବୃଦ୍ଧି ପାଇଛି। ତୈଳଦର ବୃଦ୍ଧି କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ତୈଳଦର ଉପରୁ ଟିକସ ଛାଡ କରିବାକୁ ଏଥିହି ସ୍ମାରକପତ୍ରରେ ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଏନ ରାଜାରାଓଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ସମ୍ପାଦକ ଜାକେଶ ପ୍ରଧାନ, ଯୁବ ନେତ୍ରୀ ଅଞ୍ଜୁମ ଅହମ୍ମଦ, ପ୍ରତାପ ଚନ୍ଦ୍ର ପ୍ରଧାନ, ରମାକାନ୍ତ ମହାପାତ୍ର, ତାରଜନ ସାହୁ, ଗଗନ ପ୍ରଧାନ ପ୍ରମୁଖ ଏହି ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ।

Comments are closed.