ରାଫେଲ ପ୍ରସଙ୍ଗରେ କଂଗ୍ରେସର ବଦଳିଲା ସ୍ୱର: ପିଏମ ବଦଳାଇଛନ୍ତି ନିୟମ, ହଟାଇଛନ୍ତି ବ୍ୟାଙ୍କ ଗ୍ୟାରେଣ୍ଟି

0

ନୂଆଦିଲ୍ଲୀ: ବୁଧବାର ଦିବସ ବ୍ୟାପୀ ରାଫେଲ ପ୍ରସଙ୍ଗ ସୁପ୍ରିମ କୋର୍ଟରେ ଶୁଣାଣି ପରେ ଗୁରୁବାର କଂଗ୍ରେସ ପକ୍ଷରୁ ପୁଣି ଥରେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରାଯାଇଛି। ପୂର୍ବରୁ ରାଫେଲ ଯୁଦ୍ଧ ବିମାନ କିଣ।।କୁ ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ କରୁଥିବା କଂଗ୍ରେସ ଗୁରୁବାର ରାଫେଲକୁ ନେଇ ଚୁକ୍ତିପତ୍ରରେ ପରିବର୍ତ୍ତନ ହିଁ ଦୁର୍ନୀତି ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନଜଣାଇ ରାଫେଲ ଯୁଦ୍ଧ ବିମାନର ଆଧାର ମୂଲ୍ୟକୁ ବଢାଇଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଯୁଦ୍ଧ ବିମାନ ସମ୍ପର୍କିତ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଛାଡ଼ କରି ଦେଇଛନ୍ତି। ଏପରିକି ରାଫେଲ ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣର ମଧ୍ୟସ୍ଥତା ପ୍ରକ୍ରିୟାକୁ ମଧ୍ୟ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ବଡ଼ ଧରଣର ଦୁର୍ନୀତି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।
ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଜ୍ଞାତରେ ଏତେ ବଡ଼ ପଦକ୍ଷେପ ନେବା ପ୍ରଚ୍ଛଦରେ କ’ଣ ରହିଛି ଉଦ୍ଦେଶ୍ୟ ଏହାକୁ ନେଇ ତଦନ୍ତ ଦାବି କରିଛି କଂଗ୍ରେସ।
କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜବାଲା ରାଫେଲ ମାମଲାର ସଂସଦୀୟ ସମିତି ଅନ୍ତର୍ଗତ ଜାଞ୍ଚ ପାଇଁ ଦାବି କରିଛନ୍ତି। ଦେଶର ଆଇନ ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଲିଖିତ ରାୟକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀ ଯୁଦ୍ଧ ବିମାନର ଅଧାର ମୂଲ୍ୟକୁ ବୃଦ୍ଧି କରି ୬୨ହଜାର କୋଟିରୁ ଊଦ୍ଧ୍ୱର୍ କରିଥିଲେ। ଅଥଚ ଏହି ଯୁଦ୍ଧ ବିମାନର ମୂଲ୍ୟ କଂଗ୍ରେସ ସମୟରେ ବେଶ୍‍ କମ୍‍ ଥିଲା।
ପ୍ରଧାନମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଫଳରେ ରାଫେଲ କିଣିବା ପାଇଁ ଗଠିତ ସମିତିରେ ବିବାଦ ଦେଖା ଦେଇଥିଲା। ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପରିକର ଯୁଦ୍ଧ ବିମାନର ବର୍ଦ୍ଧିତ ମୂଲ୍ୟକୁ ମାନିବାକୁ ରାଜି ନଥିଲେ। ତେଣୁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଅନୁମୋଦିତ ହେବାକୁ ଥିବା ରାଫେଲ ଫାଇଲ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମଞ୍ଜୁରୀ ନେବାକୁ ପଠାଇ ଦିଆଯାଇ ଥିଲା। ଏସବୁ ସତ୍ତେ୍ୱ ପ୍ରଧାନମନ୍ତ୍ରୀ ଉକ୍ତ ବର୍ଦ୍ଧିତ ମୂଲ୍ୟକୁ ମଞ୍ଜୁର କରି ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଦ୍ୱାରା କାହାକୁ ଲାଭ ହେଲା ବୋଲି କଂଗ୍ରେସ ପ୍ରଲଟା ପ୍ରଶ୍ନ କରିଛି। କଂଗ୍ରେସ ମୁଖପାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅଭିଯୋଗ ଆଣି ରାଫେଲ ଯୁଦ୍ଧ ବିମାନର ଆଧାର ମୂଲ୍ୟ ୩୯,୪୨୨କୋଟିରୁ ବୃଦ୍ଧି କରି ୬୨,୧୬୬କୋଟିରେ ପରିବର୍ତ୍ତିତ କରିଛନ୍ତି। କଂଗ୍ରେସ ମୁଖପାତ୍ର ତାଙ୍କ ଅଭିଯୋଗରେ ଯୁଦ୍ଧ ବିମାନ କିଣିବାକୁ ହେଲେ ବ୍ୟାଙ୍କ ଗ୍ୟାରେଣ୍ଟ ଅନିବାର୍ଯ୍ୟ ଥିବାବେଳେ ଆଇନ ମନ୍ତ୍ରଣାଳୟ ଏହ ଏକ ଜରୁରୀ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି।
୨୩ଅକ୍ଟୋବର ୨୦୧୬ରେ ଆଇନ ମନ୍ତ୍ରଣାଳୟ ବ୍ୟାଙ୍କ ଗ୍ୟାରେଣ୍ଟି ଅନିବ।।ର୍ଯ୍ୟ ବୋଲି ଉଲ୍ଲେଖ କରିଥିବେଳେ ଏ ସମ୍ପର୍କରେ ୯ଡିସେମ୍ବର ୨୦୧୫ରେ ଏକ ଚିଠି ମଧ୍ୟ ଲେଖିଥିଲେ। ୧୮ଅଗଷ୍ଟ ୨୦୧୬ରେ ବାୟୁସେନାର ଏୟାର ଏକଜିବ୍ୟୁସନ ୱିଙ୍ଗ୍‍ ମଧ୍ୟ ବିନା ବ୍ୟାଙ୍କ ଗ୍ୟାରେଣ୍ଟରେ ଯୁଦ୍ଧ ଜାହାଜ କ୍ରୟ ପ୍ରକ୍ରିୟାକୁ ବିରୋଧ କରିଥିଲେ।
ଏହା ପରେ ଉକ୍ତ ମାମଲା ଆଇନ ମନ୍ତ୍ରଣାଳୟ ପାଖରେ ଯାଇ ପହଞ୍ôଚଥିଲା। ଅପରପକ୍ଷରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ୭ମାର୍ଚ୍ଚ ୨୦୧୬ରେ ଆଲୋଚନାରେ ସହମତ ହେବା ପରେ ଫାଇଲ ଆଗକୁ ବଡ଼ିଲା। ୨୪ଅଗଷ୍ଟ ୨୦୧୬କୁ ସିସିଏ କମିଟି ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀଙ୍କ ବ୍ୟାଙ୍କ ଗ୍ୟାରେଣ୍ଟିରେ ଛାଡ଼କୁ ଅନୁମୋଦନ କରିଦେଲେ। ପ୍ରଧାନମନ୍ତ୍ରୀ ଭାରତର ସୁରକ୍ଷା ସହ ଏଭଳି ଖେଳ ଖେଳିବା ପ୍ରଚ୍ଛଦରେ କେଉଁ ରହସ୍ୟ ଲୁଚି ରହିଛି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି।

Leave A Reply