ଆଜି ଆସିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର

୬ ଦିନିଆ ଗସ୍ତ ପାଇଁ ରାଜ୍ୟ କଂଗ୍ରେସ ଚଳଚଞ୍ଚଳ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ.ଚେଲା କୁମାର ମଙ୍ଗଳବାର ଅପରାହ୍ଣରେ ପହଞ୍ଚିବେ। ବୁଧବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ଡ. କୁମାରଙ୍କୁ ପିସିସି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ। ଅପରାହ୍ଣ ୩ରୁ ୬ଟା ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ପ୍ରାକ୍ତନ ସଭାପତି, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ପ୍ରାକ୍ତନ ବିରୋଧୀଦଳ ନେତା, ପ୍ରାକ୍ତନ ଜିଲା କଂଗ୍ରେସ କମିଟି ସଭାପତି, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ସାକ୍ଷାତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ରେ ଡ. କୁମାର ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଯୋଗଦେବେ।

୮ ଅକ୍ଟୋବର ଗୁରୁବାର ସକାଳେ ଅବଶିଷ୍ଟ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀଙ୍କୁ ସାକ୍ଷାତ ପରେ ଜଗତସିଂହପୁର ଜିଲା ବିରିଡ଼ି ବ୍ଲକ ଗସ୍ତରେ ଯାଇ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଲାଗି ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ। ୯ ଅକ୍ଟୋବର କଂଗ୍ରେସ ଭବନରେ ରାଜ୍ୟ ଓ ଜିଲା ଯୁବ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରିବେ। ପରେ ରାଜ୍ୟ ଓ ଜିଲା ଛାତ୍ର କଂଗ୍ରେସ, ସେବାଦଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା, ରାଜ୍ୟ ଓ ଜିଲା ମହିଳା କଂଗ୍ରେସ ନେତ୍ରୀଙ୍କୁ ଭେଟି ଆଲୋଚନା କରିବେ। ଅପରାହ୍ଣରେ କଂଗ୍ରେସ ଭବନ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ରାଜ୍ୟ ଆଦିବାସୀ ସେଲ୍‌ ସଭାପତି, ରାଜ୍ୟ ସଂଖ୍ୟାଲଘୁ ସଭାପତି, ରାଜ୍ୟ ଓ ଜିଲା ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ରାଜ୍ୟ ପଛୁଆବର୍ଗ ବିଭାଗ ସଭାପତିଙ୍କ ସହିତ ମଧ୍ୟ ଆଲୋଚନା କରିବେ। ୧୦ରେ ସେ ବାଲେଶ୍ୱର ଯାଇ କିଷାନ ବଚାଓ ଶୋଭାଯାତ୍ରା ଓ ସଭାରେ ସାମିଲ ହେବ। ପରେ ବାଲେଶ୍ୱର ସଦର ଉପନିର୍ବାଚନ ବୈଠକରେ ଯୋଗଦେଇ ସେଠାରୁ ଭୁବନେଶ୍ୱର ଫେରିବେ। ୧୧ ସକାଳେ ଦିଲ୍ଲୀ ଅଭିମୁଖେ ଫେରିଯିବା କାର୍ଯ୍ୟକ୍ରମ ରହିଛି।

Comments are closed.