ବାଲେଶ୍ୱରରୁ ମମତା, ତିର୍ତ୍ତୋଲରୁ ହିମାଂଶୁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟରେ ଦୁଇଟି ବିଧାନସଭା ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଯାଉଛି। ବାଲେଶ୍ୱର ସଦର ବିଧାନସଭା ଆସନରେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିବାପରେ କଂଗ୍ରେସ ମମତା କୁଣ୍ଡୁଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଛି। ମମତା କୁଣ୍ଡୁ ପୂର୍ବରୁ ଆମ୍‍ ଆଦମୀ, ବିଜେଡିରେ ସକ୍ରିୟ ଭାବେ କାମ କରିଥିଲେ। କଂଗ୍ରେସ ସେହିଭଳି ତିର୍ତ୍ତୋଲ ବିଧାନସଭା ଆସନରେ ଦଳ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏଆଇସିସି ପକ୍ଷରୁ ସିଇସି ଇନଚାର୍ଜ ସାଧାରଣ ସମ୍ପାଦକ ମୁକୁଲ ୱାସନୀ ଏନେଇ ଜଣାଇଛନ୍ତି।

 

Comments are closed.