କଂଗ୍ରେସ ୫୦ଟି ଆସନ ବି ଜିତିପାରିବ ନାହିଁ : ମୋଦୀ

ମୁମ୍ବଇ : ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ୫୦ଟି ଆସନ ଜିତିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୁମ୍ବଇରେ ଶୁକ୍ରବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ନିଜର ମୂଲ୍ୟବାନ ଭୋଟ ସେହି ଦଳକୁ ଦିଅନ୍ତୁ ଯିଏ ସରକାର ଗଠନ କରିପାରୁଥିବ। ଭାରତର ଯୁବପ୍ରତିଭା ମୋ ସହ ଥିବା ମୋଦୀ ଏହି ସଭାରେ କହିଛନ୍ତି।
କଂଗ୍ରେର ଇସ୍ତାହାର ପତ୍ରରେ ମଧ୍ୟମବର୍ଗଙ୍କ ନାମ ନ ଥିବା କହି ମୋଦୀ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି। ମୁମ୍ବଇ ପୁଲିସର ସତର୍କତା ଯୋଗୁଁ ୨୬/୧୧ରେ ଆହୁରି ବଡ ଆକ୍ରମଣକୁ ଏଡାଇ ଦିଆଯାଇଛି। ବିରୋଧୀ ମୋତେ ବିରୋଧ କରିବା ସହ ଇଭିଏମକୁ ଟାର୍ଗେଟ କରୁଛନ୍ତି। ବିରୋଧୀ ମହାମେଣ୍ଟ କରିପାରିନାହାନ୍ତି ସତ କିନ୍ତୁ ମୋ ବିରୋଧରେ ଛିଡା ହେବାପାଇଁ ସମସ୍ତେ ଏକଜୁଟ ହେଉଥିବା ମୋଦୀ କହିଛନ୍ତି।

Comments are closed.