କରୋନା ନେଲା ଆଉଜଣେ ରାଜନେତାଙ୍କ ଜୀବନ: କନ୍ୟାକୁମାରୀ ସାଂସଦ ଏଚ୍.ବସନ୍ତ କୁମାରଙ୍କ ମୃତ୍ୟୁ

ଚେନ୍ନଇ: ତାମିଲନାଡ଼ୁ ରାଜ୍ୟର କନ୍ୟାକୁମାରୀ ଲୋକସଭା ସାଂସଦ ଏଚ୍.ବସନ୍ତ କୁମାର ଶୁକ୍ରବାର କରୋନାରେ ପ୍ରାଣ ହରାଇଛନ୍ତି । ଗତ ୧୦ ତାରିଖରେ ସେ ଚେନ୍ନଇର ଆପୋଲୋ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ପୂର୍ବରୁ ୨ଥର ବିଧାୟକ ନିର୍ବାଚିତ ହୋଇଥିଲେ ଓ ପ୍ରଥମଥର ୨୦୧୯ରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ତାଙ୍କ ପରଲୋକରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଶୋକପ୍ରକାଶ କରିଛନ୍ତି ।

Comments are closed.