ଅସ୍ତ୍ର ଚୋରି ଅଭିଯୋଗରେ କଂଗ୍ରେସ ବିଧାୟକ ଗିରଫ

0

ଇମ୍ଫାଲ : ଅସ୍ତ୍ରଶସ୍ତ୍ର ଚୋରି ଅଭିଯୋଗରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଶୁକ୍ରବାର ମଣିପୁରର କଂଗ୍ରେସ ବିଧାୟକ ୟାମଥୋଙ୍ଗ ହାଓକିପଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ୧୫ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ୨୦୧୬ ସେପ୍ଟେମ୍ବରରୁ ୨୦୧୭ ମଧ୍ୟରେ ଦ୍ୱିତୀୟ ମଣିପୁର ରାଇଫଲ ବାଟାଲିୟନରୁ ୫୬ଟି ପିସ୍ତଲ ଓ ୫୮ଟି ମାଗାଜିନ ଚୋରି ଅଭିଯୋଗ ହୋଇଥିଲା। ଏହି ଚୋରି ଅଭିଯୋଗ ଉପରେ ଏନଆଇଏ ତଦନ୍ତ କରୁଥିଲା। ତଦନ୍ତ ସମୟରେ ହାଓକିପଙ୍କ ବାସଭବନରୁ ଏନଆଇଏ ଗୋଟିଏ ୯ଏମଏମ୍‍ ପିସ୍ତଲ ଜବତ ହୋଇଥିଲା।

Leave A Reply