ଆସାମର କଂଗ୍ରେସ ବିଧାୟକ ପ୍ରଣବ ଗୋଗୋଇଙ୍କ ପରଲୋକ

ଗୁଆହାଟି : ଆସାମର ଶିବସାଗରର କଂଗ୍ରେସ ବିଧାୟକ ତଥା ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ପ୍ରଣବ ଗୋଗୋଇଙ୍କର ସୋମବାର ମଧ୍ୟ ରାତ୍ରିରେ ଗୁଆହାଟି ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା। ଗୋଗୋଇଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ବ୍ୟତୀତ ତିନୋଟି ପୁଅ ରହିଛନ୍ତି।
ପ୍ରଣବ ଗୋଗୋଇ ୨୦୦୬ରୁ ୨୦୧୧ମସିହା ପର୍ୟ୍ୟନ୍ତ ଆସାମରେ ଆଇନ ମନ୍ତ୍ରୀ ଥିଲେ। ଏହାସହିତ ସେ ୨୦୧୧ରୁ ୨୦୧୬ ପର୍ୟ୍ୟନ୍ତ ବିଧାନସଭାର ଅଧ୍ୟକ୍ଷ ମଧ୍ୟ ରହିଥିଲେ।

Comments are closed.