ବ୍ଲକ ସ୍ତରୀୟ କଂଗ୍ରେସ ସମ୍ମିଳନୀ
କର୍ମୀ ଦେଲେ ପ୍ରସ୍ତାବ, ବିଧାୟକ କରିବେ ବ୍ଲକ ସଭାପତି ଚୟନ

ଦେଓଗାଁ : ଶନିବାର ଦେଓଗାଁ ଡାକ ବଙ୍ଗଳା ପରିସରରେ ଦେଓଗାଁ ବ୍ଲକ କଂଗ୍ରେସ କମିଟିର ସଭାପତି ଯୁଗେଶ୍ୱର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ବଲାଙ୍ଗିର ପର୍ଯ୍ୟବେକ୍ଷକ ସତ୍ୟଭୂଷଣ ସାହୁ ଯୋଗ ଦେଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସମରେନ୍ଦ୍ର ମିଶ୍ର, ବିଧାୟକଙ୍କ ବ୍ଳକ ପ୍ରତିନିଧି କାନ୍ତେଶ୍ୱର ପଧାନ, ଜୋନ ସଭାପତି ରାମଜୀ ଚୌଧୁରୀ, ବଲାଙ୍ଗିର ଜିଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବ୍ଲକ କଂଗ୍ରେସ କମିଟିର ପୁନର୍ଗଠନ ଓ ସଂଗଠନ ଉପରେ ଆଲୋଚନା ହୋଇଥିଲା। ବଲାଙ୍ଗିର ଜିଲା ସେବା ଦଳ ମୁଖ୍ୟ ଅସିତ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ବୈଠକରେ ଦେଓଗାଁ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ କରିବାକୁ ପର୍ଯ୍ୟବେକ୍ଷକ ମତ ଦେବାରୁ କର୍ମୀମାନେ ବିଧାୟକ ଚୟନ କରିବେ ବୋଲି ପ୍ରସ୍ତାବ ଦେଇଥିଲେ।