ଜିଲା ଯୁବ କଂଗ୍ରେସ ପକ୍ଷରୁ ମଶାଲ୍‍ ଆକ୍ରୋଶ ଶୋଭାଯାତ୍ରା

ଫୁଲବାଣୀ: କଳା କୃଷି ଆଇନ ଏବଂ ସଂସଦର ଶୀତ ଅଧିବେଶନ ରଦ୍ଧ ପ୍ରତିବାଦରେ ଆଜି ରାତିରେ କନ୍ଧମାଳ ଯୁବ କଂଗ୍ରେସ ପକ୍ଷରୁ ଏକ ମଶାଲ୍‍ ଆକ୍ରୋଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲା ଯୁବ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଅନ୍ନଦାତାଙ୍କ ସମ୍ମାନରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ମାଦିକୁନ୍ଦା ଛକରୁ ବାହାରି ସହରା ପରିକ୍ରମା କରିଥିଲୋ ଏଥିରେ ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର, ଦୂର୍ଯ୍ୟୋଧନ ପଟନାୟକ, ସଂସାର ଭୋଇ, ସୂର୍ଯ୍ୟକାନ୍ତ ଦାସ, ନଗର ସଭାପତି ବିଜୟ ମହାନ୍ତି, ମନୋଜ ସାହାଣି, କାମ ବେହେରା, ମହିଳାନେତ୍ରୀ ସାଇବେଣି କହଁର, ଯୁବନେତା ଅନୁପମ କହଁର, ବଳଦେବ ବେହେରା, ଗୌରଚନ୍ଦ୍ର ବେହେରା ଓ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ଘନ କୁମାର ଶବର ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ।

Comments are closed.