ଭୀମାକୋରେଗାଓଁ ହିଂସା ମାମଲାରେ ଦିଗ୍‍ବିଜୟଙ୍କ ସମ୍ପୃକ୍ତି ଅଭିଯୋଗ

0

ପୁଣେ : ଭୀମାକୋରେଗାଓଁ ହିଂସା ତଥା ଏଲଗାର ପରିଷଦ ମାମଲାରେ ଫସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍ୱିଜୟ ସିଂହ। ଏହି ମାମଲା ନେଇ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉବେଳେ ମିଳିଥିବା ଦସ୍ତବେଜ୍‍ ମଧ୍ୟରେ ଏକ ଚିଠି ଥିଲା; ଯେଉଁଥିରେ ଦିଗ୍‍ବିଜୟଙ୍କ ଫୋନ୍‍ ନମ୍ବର ରହିଥିଲା। ପୁଣେ ପୁଲିସ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗଫର୍ଦରେ ଏହା ଦର୍ଶାଯାଇଛି। ଏହି ଚିଠି ୨୦୧୭ ସେପ୍ଟେମ୍ବର ୨୫ରେ ଗିରଫ ସାମାଜିକ କର୍ମୀ ସୁରେନ୍ଦ୍ର ଗାଡଲିଙ୍ଗଙ୍କ ନିକଟକୁ ଲେଖାଯାଇଛି ଓ କମ୍ରେଡ ପ୍ରକାଶ ନାମକ ଜଣେ କେହି ଏହି ଚିଠି ଲେଖିଛନ୍ତି। ଏଥିରେ ‘ଛାତ୍ରଙ୍କ ଦ୍ୱାରା ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପାଇଁ ଯୋଜନା ହୋଇଥିବା ଓ କଂଗ୍ରେସ ନେତାମାନେ ଏହାକୁ ସମର୍ଥନ ସହ ଆର୍ଥିକ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିବା’ ବିଷୟ ଉଲ୍ଲେଖ ରହିଛି। ଏଥିପାଇଁ ଯୋଗାଯୋଗ କରିବାକୁ ଏକ ଫୋନ୍‍ ନମ୍ବର ଦିଆଯାଇଛି; ଯାହା ଦିଗ୍‍ବିଜୟଙ୍କର ବୋଲି ପୁଲିସ କହୁଛି। ଏହି ନମ୍ବର କଂଗ୍ରେସ ୱେବ୍‍ସାଇଟ୍‍ରେ ଉଦ୍ଦିଷ୍ଟ ରହିଥିବା ମଧ୍ୟ ପୁଲିସ ଦାବି କରୁଛି। ଏହି ପରିପ୍ରେକ୍ଷୀରେ ଦିଗ୍ୱିଜୟଙ୍କୁ ଜେରା କରାଯିବା ସମ୍ଭାବନା ସୃଷ୍ଟିହୋଇଛି। ଅପରପକ୍ଷରେ ଦିଗ୍‍ବିଜୟ ଏହି ପ୍ରସଙ୍ଗକୁ ଅସ୍ୱୀକାର କରିଛନ୍ତି। ଏହା ସମ୍ପୂର୍ଣ୍ଣ ମନଗଢ଼ା ବୋଲି ସେ କହିଛନ୍ତି।

Leave A Reply