ରାଜସ୍ଥାନ ସଙ୍କଟ: କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବାକୁ ସଚିନଙ୍କୁ ଅନୁରୋଧ

ଜୟପୁର: ରାଜସ୍ଥାନରେ କଂଗ୍ରେସ ଭିତରେ ଫାଟ ଯୋଗୁ ସରକାର ପ୍ରତି ସୃଷ୍ଟି ହୋଇଥିବା ସଙ୍କଟର ସମାଧାନ ଲାଗି ଦଳ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। ଏଥିପାଇଁ ମଙ୍ଗଳବାର ଜୟପୁରରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ଏଥିରେ ଯୋଗଦେବା ଲାଗି ବିଦ୍ରୋହୀ ନେତା ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକମାନଙ୍କୁ ଆମନ୍ତ୍ରଣ କରାଯାଇଛି। ତେବେ ସଚିନ ଏଥିରେ ଯୋଗଦେବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପଟେ କଂଗ୍ରେସ ନେତା ଅବିନାଶ ପାଣ୍ଡେ ସଚିନଙ୍କୁ ବୈଠକକୁ ଆସିବାକୁ ଅନୁରୋଧ କରିଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ସଚିନ ପାଇଲଟ ଏବଂ ତାଙ୍କର ସମସ୍ତ ସାଥୀ ବିଧାୟକମାନଙ୍କୁ ମୁଁ ନିବେଦନ କରୁଛି ଯେ ସେମାନେ ଆଜି ବିଧାୟକ ଦଳ ବୈଠକରେ ସାମିଲ ହୁଅନ୍ତୁ। କଂଗ୍ରେସର ବିଚାରଧାରା ଏବଂ ମୂଲ୍ୟ ଉପରେ ନିଜର ବିଶ୍ଵାସ ରଖି ଦୟାକରି ଉପସ୍ଥିତିକୁ ନିଶ୍ଚିତ କରନ୍ତୁ ଓ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ମଜଭୁତ କରନ୍ତୁ। କିନ୍ତୁ ସଚିନ ବୈଠକରେ ଯୋଗଦେବା ସମ୍ଭାବନା କମ୍‌ ରହିଛି। ସେପଟେ ସଚିନଙ୍କ ଏକ ନିକଟତମ ସୂତ୍ର ଅନୁସାରେ, ହାଇକମାଣ୍ଡ ପକ୍ଷରୁ ଏହି ମାମଲାର ସମାଧାନ ଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଆମ ଦାବି ଉପରେ ବିଚାର କରିବା ନେଇ ମଧ୍ୟ ଆମକୁ କୌଣସି ଆଶ୍ଵାସନା ଦିଆଯାଇ ନାହିଁ।

Comments are closed.