କଂଗ୍ରେସର ଭିଡ଼ିଓ ସିରିଜ ‘ଧରୋହର’: ରହିଛି ଅତୀତର କାହାଣୀ, ଭବିଷ୍ୟତର ସ୍ବପ୍ନ

ନୂଆଦିଲ୍ଲୀ: ଦେଶର ସ୍ବାଧୀନତା ସଂଗ୍ରାମ, କଂଗ୍ରେସର ଯୋଗଦାନ ଇତିହାସ ଓ ଭବିଷ୍ୟତର ସ୍ବପ୍ନକୁ ନେଇ ଜାରି କରିଛି ଏକ ଭିଡ଼ିଓ ସିରିଜ ‘ଧରୋହର’ । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସ୍ବାଧୀନତା ଦିବସ ଅବସରରେ ଏହି ଭିଡ଼ିଓ ସିରିଜ ଆରମ୍ଭ ସଂକ୍ରାନ୍ତ ଖବର ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି ‘କଂଗ୍ରେସର ଧରୋହର, ଦେଶର ଧରୋହର’ ।

କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା ଓ ଦଳର ସୋସିଆଲ ମିଡ଼ିଆ ବିଭାଗ ପ୍ରମୁଖ ରୋହନ ଗୁପ୍ତାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦେଶ ସ୍ବାଧୀନତାରେ କଂଗ୍ରେସର ଅବଦାନ, ସ୍ବାଧୀନତା ସଂଗ୍ରାମର ଇତିହାସ ଓ ସ୍ବାଧୀନୋତ୍ତର ଭାରତକୁ ବଡ଼ ଶକ୍ତିରେ ପରିଣତ କରିବା କ୍ଷେତ୍ରରେ କଂଗ୍ରେସର ଅବଦାନକୁ ନେଇ ଏହି ଭିଡ଼ିଓ ସିରିଜ ପ୍ରସ୍ତୁତ କରାଯାଇଛି ।

ସୁରଜେୱାଲା କହିଛନ୍ତି ଯେ ଏହି ଭିଡ଼ିଓ ସିରିଜରେ କଂଗ୍ରେସର ୧୩୫ ବର୍ଷର ଇତିହାସ ଓ ନେତୃତ୍ଵ ସଂପର୍କରେ ବିସ୍ତୃତ ଚର୍ତା ହେବ । ଭାରତୀୟ ଜାତୀୟ କଂଗ୍ରେସର ସ୍ଥାପନା ୧୮୮୫ରେ ହୋଇଥିଲା ଓ ଭାରତର ସ୍ବାଧୀନତା ସଂଗ୍ରାମର ନେତୃତ୍ଵ ନେଇଥିଲା।

Comments are closed.