ପ୍ରିୟଙ୍କାଙ୍କ ସୁରକ୍ଷାରେ ଢିଲା କରିଥିବା ୩ ଯବାନ ନିଲମ୍ବିତ : ଅମିତ ଶାହା

ନୂଆଦିଲ୍ଲୀ : ପୂର୍ବରୁ ଲୋକସଭାରେ ଗୃହିତ ହୋଇସାରି ଥିବା ଏସପିଜି ସଂଶୋଧନ ବିଲ୍ -୨୦୧୯ ମଙ୍ଗଳବାର ରାଜ୍ୟସଭାରେ ଗୃହିତ ହୋଇଯାଇଛି। ଏହି ଅବସରେ ଗତକାଲି ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା କରିଥିବା ୩ଜଣ ସିଆରପିଏଫ ଯବାନଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି।

ଉଲ୍ଲେଖ ଯୋଗ୍ୟ, ଗତକାଲି ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୩ଜଣ ସିଆରପିଏଫ ଯବାନଙ୍କ ଢିଲା କାରଣରୁ ସୋମବାର କିଛି ଅଜ୍ଞାତ ଯୁବକ ଲୋଧି ଇଷ୍ଟେଟ୍ ସ୍ଥିତ ଦିଲ୍ଲୀ ବାସଭବନରେ ପ୍ରବେଶ କରିବା ସହ ସେଲଫି ନେବା ପାଇଁ ଉଦ୍ୟମ କରିଥିବା ପ୍ରିୟଙ୍କା ଅଭିଯୋଗ କରିଥିଲେ।

Comments are closed.