ତେଲଙ୍ଗାନା କଂଗ୍ରେସର ୧୯ ନେତା ନିଲମ୍ବିତ

0

ହାଇଦରାବାଦ : ତେଲଙ୍ଗାନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସର ୫ ବିଦ୍ରୋହୀ ପ୍ରାର୍ଥୀଙ୍କ ସହ ମୋଟ ୧୯ଜଣଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ତେଲୁଗୁଦେଶମ୍‍ ପାର୍ଟି, ସିପିଆଇ ଓ ତେଲଙ୍ଗାନା ଜନ ସମିତି ସହିତ ମେଣ୍ଟ କରିଛି। ମେଣ୍ଟ ଯୋଗୁଁ ଟିକଟରୁ ବଞ୍ଚିତ ହୋଇଥିବା ଦଳର କିଛି ଆଶୟୀ ନେତା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କୁ ୬ବର୍ଷ ପାଇଁ ନିଲମ୍ବନ କରାଯାଇଥିବା କହିଛନ୍ତି ଶୃଙ୍ଖଳା କମିଟି ମୁଖ୍ୟ ଏମ୍‍. କୋଦଣ୍ଡ ରେଡ୍ଡି।

Leave A Reply