କଂଗ୍ରେସର ବନ୍ଦ ଡାକରା : ଏନଏଚରେ ଗାଡ଼ି ଚଳାଚଳ ବନ୍ଦ, ରେଳ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର : କଂଗ୍ରେସର ବନ୍ଦ ଡାକରା ଯୋଗୁ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏନଏଚରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଛି। ସକାଳ ୭ରୁ ଦିନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଦିଆଯାଇଛି। କଂଗ୍ରେସର ବନ୍ଦ ପାଳନ ଯୋଗୁଁ ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି, ଅଟୋ, ବସ ସେବା ପ୍ରଭାବିତ ହୋଇଛି। ଯାତ୍ରୀମାନେ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ।
ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ କରିବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଲୋକମାନ୍ୟ ତିଲକ ଏକ୍ସପ୍ରେସକୁ କଂଗ୍ରେସ କର୍ମୀ ଅଟକାଇଛନ୍ତି । ବାଣୀବିହାର ରେଳ ଷ୍ଟେସନରେ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସର ରେଳରୋକ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Comments are closed.