ନୂଆ ଅଧ୍ୟକ୍ଷ ଲାଗି ମେ’ ମାସ ଯାଏ ଅପେକ୍ଷା କରିବ କଂଗ୍ରେସ ; ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ ହେବ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀ(ସିଡବ୍ଲ୍ୟୁସି) ବୈଠକ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ମେ’ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବା ନେଇ ଏହି ବୈଠକରେ ସୋନିଆ ଗାନ୍ଧୀ ଘୋଷଣା କରିଥିବା ଜଣାପଡ଼ିଛି। ଚଳିତବର୍ଷ ବିଧାନସଭା ନିର୍ବାଚନ ପରେ ଅଧ୍ୟକ୍ଷ ନିର୍ବାଚନ ହେବ ବୋଲି ସୂଚନା।

ଏହି ବୈଠକରେ ସୋନିଆ ଗାନ୍ଧୀ ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଭାଇରାଲ୍ ହ୍ବାଟସ୍ ଆପ୍ ଚାଟ୍ ବିଷୟରେ କହିଛନ୍ତି ଯେ, ଜାତୀୟ ସୁରକ୍ଷା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ସରକାର ଏହା ଉପରେ ନୀରବ ରହିଛନ୍ତି। ଅର୍ଥନୀତି ଉପରେ ସେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ଘରୋଇକରଣକୁ ନେଇ ସରକାର ତତ୍ପର ବୋଲି ସୋନିଆ କହିଛନ୍ତି। କରୋନା ଟୀକାକରଣ ପ୍ରକ୍ରିୟା ଜାରି ରହିବ ଏବଂ ଏହା ସମ୍ପୂର୍ଣ୍ଣ ହେବ ବୋଲି କଂଗ୍ରେସ ସଭାପତି କହିଛନ୍ତି।

କୃଷକ ସଂଗଠନ ସହ କଥାବାର୍ତ୍ତା ନାମରେ ସରକାର ଅହଙ୍କାର ପ୍ରଦର୍ଶନ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ହେଉଛି ବଜେଟ୍ ଅଧିବେଶନ, କିନ୍ତୁ ଜନସାଧାରଣଙ୍କ ଆଗ୍ରହର ଅନେକ ପ୍ରସଙ୍ଗ ଅଛି ଯାହାକୁ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା ଆବଶ୍ୟକ। ସରକାର ଏଥିରେ ସହମତ କି ନାହିଁ ତାହା ଦେଖାଯିବ ବୋଲି ସୋନିଆ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ଯେ ଆଇନ ତରବରିଆ ଭାବେ ପ୍ରସ୍ତୁତ କରାଯାଇଥିଲା ଏବଂ ସଂସଦକୁ ଏହାର ପ୍ରଭାବ ଆକଳନ କରିବାର ସୁଯୋଗ ଦିଆଯାଇ ନ ଥିଲା। ଆମେ ଏହି ନିୟମକୁ ପ୍ରତ୍ୟାଖ୍ୟାନ କରୁଛୁ କାରଣ ଏହା ଖାଦ୍ୟ ନିରାପତ୍ତାର ମୂଳଦୁଆ ନଷ୍ଟ କରୁଛି।

Comments are closed.