କଂଗ୍ରେସର ତିର୍ତୋଲ ଦଖଲ ପ୍ରସ୍ତୁତି : ପିସିସି ପକ୍ଷରୁ ବ୍ଲକୱାରୀ ନିର୍ବାଚନ ପ୍ରଚାର ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର :  ଆଗାମୀ ତିର୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ
ପଟ୍ଟନାୟକ ତିର୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି। ରଘନାଥପୁର ବ୍ଲକ ନିମନ୍ତେ  ଗୁରୁପଦ ନନ୍ଦ ଓ  ମାନସ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିରିଡି ବ୍ଲକ ପାଇଁ  ବନ୍ଦିତା
ପରିଡା ଓ  ଗଣେଶ୍ୱର ବେହେରାଙ୍କୁ ଏବଂ ତିର୍ତୋଲ ବ୍ଲକ ପାଇଁ ଅମରନାଥ ପ୍ରଧାନ,  ଶୁଭେନ୍ଦୁ ମହାନ୍ତି ଓ ଅରିନ୍ଦମ ସର୍କେଲଙ୍କୁ
ଦାୟିତ୍ୱ ଅର୍ପଣ କରାଯାଇଛି।

 

Comments are closed.