ଆସିକା କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କ ଉପରକୁ ଗୁଳିମାଡ଼

ବ୍ରହ୍ମପୁର : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ କଂଗ୍ରେସର ଆସିକା ବିଧାନସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କ ଉପରକୁ ବୁଧବାର ଗୁଳିମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ଗୁଳିମାଡ଼ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ମନୋଜଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।