ନବନିଯୁକ୍ତ ଯୁବ ସଭାପତିଙ୍କୁ ବିରୋଧ; କଂଗ୍ରେସ ଭବନରେ ଗୋଷ୍ଠୀ ସଙ୍ଘର୍ଷ  

ଭୁବନେଶ୍ବର : କଂଗ୍ରେସ ଭବନରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନୁଯୁକ୍ତିକୁ  ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ସ୍ମୃତିଙ୍କୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଦେଇଥିଲେ । ଏହାପରେ ସ୍ମୃତିଙ୍କ ସମର୍ଥକ ମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ । ଏହାକୁ ନେଇ ସ୍ମୃତିଙ୍କ ସମର୍ଥକ ଏବଂ ବିରୋଧି ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯାହାଫଳରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ଘଟଣାର ହସ୍ତକ୍ଷେପ କରିଥିଲା। ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା । ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି ।

Comments are closed.