କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ସୋସିଆଲ ମିଡିଆରେ ଦାବି ରଖିଲା କଂଗ୍ରେସ

ପାଟଣା : କରୋନା କଟକଣା ସମୟରେ ସଭାସମିତି ଓ ସାମବେଶରେ ଦାବି ରଖିବା ବର୍ତ୍ତମାନ ପାଇଁ ସମ୍ଭବ ନ ଥିବାରୁ ଜାତୀୟ କଂଗ୍ରେସ ଡାକରାରେ କଂଗ୍ରେସ ନେତା ଓ କର୍ମୀମାନେ ଆଜି ସୋସିଆଲ ମିଡିଆରେ ଅଭିନବ ଢଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଗରୀବ, ପ୍ରବାସୀ ଓ କୃଷକମାନଙ୍କ ସହ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ଯୋଗାଇଦେବାକୁ ଦାବି ରଖିଛନ୍ତି । ପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିବା ଯୁବନେତା ଇଂ ବିନୋଦ ବିହାରୀ ନାଏକ ଆଜି ସୋସିଆଲ ମିଡିଆ ଜରିଆରେ ଗରୀବ ପରିବାରଙ୍କୁ ଅଗ୍ରୀମ ୧୦ ହଜାର ଟଙ୍କା ଦିଆଯିବା ସହ ୬ ମାସ ଯାଏ ୭୫୦୦ ଟଙ୍କା ଲେଖାଏଁ ମାସିକ ଦିଆଯିବା, ବିନା ଖର୍ଚ୍ଚରେ ପ୍ରବାସୀଙ୍କୁ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା, ଖରିଫ ଚାଷ ପାଇଁ କୃଷକଙ୍କୁ ପର୍ଯ୍ୟାପ୍ତ ସହାୟତା, ପ୍ରବାସୀ ଫେରନ୍ତା ଶ୍ରମଜୀବିଙ୍କୁ ମନରେଗାରେ ବାର୍ଷିକ ୨ ଶହ ଦିନର କାମ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପରିବର୍ତ୍ତେ ସହାୟତା ଦିଆଯିବାକୁ ଦାବି ରଖିଛନ୍ତି।

Comments are closed.